ବିନା ଫୋନ୍‌ ନମ୍ବରରେ କାମ କରିବ WHATSAPP

1 min read

ନୂଆଦିଲ୍ଲୀ: ହ୍ୱାଟ୍ସଆପ ୟୁଜର୍ସଙ୍କ ଅଭିଜ୍ଞତାରେ ଅଧିକ ସୁଧାର ଆଣିବା ପାଇଁ ନୂଆ ନୂଆ ଫିଚର ଜାରି କରିଥାଏ । ଏହି ଆପକୁ ଆଣ୍ଡ୍ରଏଡ, ଆଇଓଏସ ଏବଂ ଓ୍ୱେବ୍‌ ପ୍ଲାଟଫର୍ମରେ ବ୍ୟବହାର କରାଯାଇପାରିବ । ଏବେ କମ୍ପାନୀ ଏକ ନୂଆ ଫିଚରକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଛି ।

ସେକେଣ୍ଡାରୀ ନମ୍ବର ନଥିଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହି ଫିଚର ଟ୍ୟାବଲେଟ ପାଇଁ କାମ କରିବ । ଅର୍ଥାତ୍‌ ଆପଣ ଫୋନ୍‌ ନମ୍ବରରେ ମଧ୍ୟ ଟ୍ୟାବଲେଟରେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ଏହାକୁ ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ଜାରି କରାଯାଇଛି ।

ରିପୋର୍ଟ ଅନୁସାରେ, କମ୍ପାନୀ ଏକ ଅପଡେଟ୍‌ ଜାରି କରୁଛି ।  ଏହି ଅପଡେଟକୁ ଗୁଗଲ ପ୍ଲେ ବିଟା ପ୍ରୋଗ୍ରାମ ମାଧ୍ୟମରେ ଜାରି କରାଯାଇଛି । ଏହା ଆପ୍‌ର ୨.୨୨.୨୪.୮ ଭର୍ସନ । ଏଥିରେ ଲାଟେଷ୍ଟ ହ୍ୱାଟ୍ସଆପ ଫର୍‌ ଟାବଲେଟ୍‌ ଫିଚର ଦିଆଯାଇଛି । ଅବଶ୍ୟ, ଏହା ଏବେ ଡେଭଲପମେଣ୍ଟ ଷ୍ଟେଜରେ ଅଛି ।

ଏବେ ଟାବଲେଟରେ ହ୍ୱାଟ୍ସଆପ ବ୍ୟବହାର ପାଇଁ ୟୁଜର୍ସଙ୍କୁ ସେକେଣ୍ଡାରୀ ଫୋନ୍‌ ନମ୍ବରର ଆବଶ୍ୟକତା ରହିବ । ଯଦି ଆପଣ ପ୍ରାଇମେରୀ ହ୍ୱାଟ୍ସଆପକୁ ଏଥିରେ ବ୍ୟବହାର କରୁଛନ୍ତି ତେବେ  ତାହା ଆପଣଙ୍କ ଫୋନରୁ ଲଗଆଉଟ୍‌ ହୋଇଯିବ । ଏହାକୁ ନେଇ WABetaInfo  ରିପୋର୍ଟ କରିଛି ।