୭ ବର୍ଷ ତଳର ସେହି ଘଟଣା, ଜାଣନ୍ତୁ କାହିଁକି ଅଜୟ କରନ୍ତିନି କିସିଙ୍ଗ ସିନ୍

ମୁମ୍ବାଇ: ଫ୍ୟାନ୍ସଙ୍କ ମହଲରେ ବେଶ ପ୍ରଶଂସା ସାଉଁଣ୍ଟି ଥାଆନ୍ତି ବଲିଉଡ କଳାକାର। ଫିଲ୍ମରେ ଆମେ ଦେଖୁଥିବା ୩ ଘଣ୍ଟାର ଫିଲ୍ମର ନିର୍ମାଣ କରିବାକୁ ବର୍ଷ ବର୍ଷ ମଧ୍ୟ ଲାଗିଥାଏ । କଳାକାରମାନେ କିଛି ମସୟର ସିନ ପାଇଁ ଦୀର୍ଘ ସମୟର ଟେକ ଦେଇଥାନ୍ତି । ତେବେ କିଛି କଳାକାର କିଛି ସିନକୁ ପସନ୍ଦ କରିନଥାନ୍ତି । ଯେମିତି କି କିଛି ହିରୋ ଏବଂ ହିରୋଇନ କିସ ସିନ ଏବଂ ବୋଲ୍ଡ ସିନ କରିବା ପାଇଁ ସିଧା ସିଧା ମନା କରି ଦେଇଥାନ୍ତି । ସିଂଙ୍ଘମ ଷ୍ଟାର ଅଜୟ ଦେବଗନ ମଧ୍ୟ ୭ ବର୍ଷ ହେବ ନୋ କିସିଙ୍ଗ ପଲିସ ଆପଣାଇଛନ୍ତି । ପୂର୍ବରୁ କିସ ସିନ କରୁଥିବା ଅଜୟ କିନ୍ତୁ ଏଭଳି ପିଲିସ ଆପଣାଇବା ପଛରେ ଏକ ବଡ଼ କାରଣ ଲୁଚି ରହିଛି । ଯେତେବେଳେ ତାଙ୍କ ନିଜ ବ୍ୟାନରରେ ରିଲିଜ ହୋଇଥିଲା ଫିଲ୍ମ ’ଶିବାୟ’ ଏହା ଦର୍ଶକଙ୍କ ମହଲରେ ବେଶ ପ୍ରଶଂସା ସାଉଁଣ୍ଟିଥିଲା । ତେବେ ଏହି ଫିଲ୍ମରେ ଅଜୟଙ୍କ ଏକ ଚୁମ୍ବନ ଦୃଶ୍ୟ ରହିଥିଲା । ଯାହାକି ଗଣମାଧ୍ୟମରେ ମଧ୍ୟ ହେଡଲାଇନ ପାଲଟିଥିଲା । ଯେତେବେଳେ ତାଙ୍କ ପତ୍ନୀ କାଜୋଲ ଏହି ସିନକୁ ଦେଖିଥିଲେ ବେଶ ରାଗି ଯାଇଥିଲେ । ଆଉ ଏହାପରଠାରୁ କେବେ ମଧ୍ୟ ଏଭଳି ସିନ କରିବେ ନାହିଁ ବୋଲି କହିଥିଲେ ଅଜୟ । ଏଣୁ ଦୀର୍ଘ ୭ ବର୍ଷ ହେବ କିସ୍ ସିନ କରୁନାହାନ୍ତି ଅଜୟ ଦେବଗନ ।