spot_img

Latest Posts

କାହିଁକି କରିବେ ଫୁଲ୍ ବଡି ଚେକଅପ୍, ଜାଣନ୍ତୁ କାରଣ ..

ନନ୍ଦିଘୋଷ ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ନୁହଁ । ଅନେକ ସମୟରେ ରୋଗ ଆମକୁ କବଳିତ କରିଥିବା ସତ୍ତ୍ବେ ମଧ୍ୟ ଆମେ ଜାଣିପାରିନଥାଉ । ଲକ୍ଷଣ ଦେଖାଯିବା ବେଳକୁ ଅବସ୍ଥା ଆହୁରି ଖରାପ ହୋଇସାରିଥାଏ । ତେଣୁ, ସମୟ ସମୟରେ ସମ୍ପୂର୍ଣ୍ଣ ଶରୀର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ  ଫୁଲ୍ ବଡି ଚେକଅପ କରିବାର ଅନେକ ଲାଭ ଅଛି। ଏହା ରୋଗଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରେ। ଶରୀରରେ ଅନେକ ରୋଗ ବିନା କୌଣସି ଲକ୍ଷଣରେ ବଢ଼ି ଚାଲିଥାଏ ଯାହା ଯାଞ୍ଚ ମାଧ୍ୟମରେ ଚିହ୍ନଟ କରାଯାଇପାରିବ। ସମୟାନୁସାରେ ଚିକିତ୍ସା ଦ୍ଵାରା ଲକ୍ଷଣଗୁଡ଼ିକ ଗମ୍ଭୀର ହୁଏ ନାହିଁ ଏବଂ ରୋଗୀ ମଧ୍ୟ ସମୟ ମଧ୍ୟରେ ସୁସ୍ଥ ହୋଇଯାଏ ।

ଏପରି ପରିସ୍ଥିତିରେ, ଆପଣଙ୍କୁ କେଉଁ ପରୀକ୍ଷା କରାଇବାକୁ ପଡିବ ଏବଂ ଏହାର ଲାଭ କ’ଣ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରକୃତରେ ଆଜିକାଲି ଆମେ ପ୍ରଦୂଷିତ ପରିବେଶରେ ବଞ୍ଚୁଛୁ । ଖରାପ ଖାଦ୍ୟପେୟ ଏବଂ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଉଛି । ଏହାବ୍ୟତୀତ, ଜେନେଟିକ୍ ସମସ୍ୟା ଯୋଗୁଁ ମଧ୍ୟ ଆମେ ଅନେକ ପ୍ରକାରର ରୋଗର ଆଶଙ୍କାରେ ରହିଥାଉ । ଏପରି ପରିସ୍ଥିତିରେ, ଯଦି ଆମେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫୁଲ ବଡି ଚେକଅପ କରାଇଥାଉ ତେବେ ସୁସ୍ଥ ରହିଥାଉ ।

କାହିଁକି କରିବା ଫୁଲ୍ ବଡି ଚେକଅପ୍ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଯେକୌଣସି ପରୀକ୍ଷା କିମ୍ବା ସ୍କାନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍ । ଡାକ୍ତରଙ୍କ ଅନୁଯାୟୀ କର୍କଟ ରୋଗ ଚିହ୍ନଟ କରିବା ପାଇଁ କୌଣସି ରକ୍ତ ପରୀକ୍ଷାର ଆବଶ୍ୟକତା ନାହିଁ । ମହିଳାମାନଙ୍କ କ୍ଷେତ୍ରରେ, ପାପ୍ ସ୍ମିଅର୍ ମାଧ୍ୟମରେ ସର୍ଭାଇକାଲ୍ କର୍କଟ ଏବଂ ମେମୋଗ୍ରାମ ମାଧ୍ୟମରେ ସ୍ତନ କର୍କଟ ଚିହ୍ନଟ କରାଯାଏ । ଯେଉଁମାନେ ଧୂମପାନ କରନ୍ତି ସେମାନଙ୍କର ଫୁସଫୁସରେ ଲୋ ଡୋଜ୍ ସିଟି ସ୍କାନିଂ କରାଯିବା ଆବଶ୍ୟକ । ରକ୍ତ ପରୀକ୍ଷା ବ୍ୟତୀତ ପେଟର ଅଲ୍ଟ୍ରାସାଉଣ୍ଡ କରିବା ଆବଶ୍ୟକ। ହୃଦ୍‌ରୋଗ ପାଇଁ ବିପି ପରୀକ୍ଷା, ସୁଗାର ପରୀକ୍ଷା ଏବଂ ହାର୍ଟର ଇକୋ ଟେଷ୍ଟ ଏବଂ ଯେଉଁମାନଙ୍କର ପରିବାରରେ ହାର୍ଟଆଟାକର ଇତିହାସ ଅଛି  ସେମାନଙ୍କ ପାଇଁ ହାର୍ଟର ସିଟି ଆଞ୍ଜିଓଗ୍ରାଫି କରାଯାଏ। ଡାକ୍ତରଙ୍କ ଅନୁଯାୟୀ ରୋଗ ଯଦି ଶୀଘ୍ର ଚିହ୍ନଟ କରାଯାଏ ତେବେ ସହଜରେ ଚିକିତ୍ସା କରାଯାଇପାରିବ । ଏଥିପାଇଁ ଆପଣ ଏହି ପରୀକ୍ଷାଗୁଡ଼ିକ ମଧ୍ୟ କରାଇପାରିବେ ।

ହାର୍ଟ ପାଇଁ ଟେଷ୍ଟ

ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଇସିଜି ପରୀକ୍ଷା ହାର୍ଟର ଗତିବିଧି ବାବଦରେ ସୂଚାଇଥାଏ । ଯଦି ଆପଣଙ୍କର ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ଅଛି ତାହେଲେ ଏହି ଟେଷ୍ଟ ମାଧ୍ୟମରେ ଆପଣ ଜାଣିପାରିବେ ।

କିଡନୀ ଏବଂ ଯକୃତ ପରୀକ୍ଷା

ଯକୃତ ବା ଲିଭରର ଯାଞ୍ଚ କରିବା ପାଇଁ LFT ଏବଂ ହେପାଟାଇଟିସର ପରୀକ୍ଷା କରାଯାଇଥାଏ ।

କିଡନୀର ଯାଞ୍ଚ କରିବା ପାଇଁ KFT କରିବା ଉଚିତ

ଲିପିଡ୍ ପ୍ରୋଫାଇଲ୍ ଏବଂ ୟୁରିନ ଟେଷ୍ଟ

କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତର ଜାଣିବା ପାଇଁ ରକ୍ତ ଏବଂ ପରିସ୍ରା ମାଧ୍ୟମରେ ଲିପିଡ ପ୍ରୋଫାଫଲ ଟେଷ୍ଟ ବା ୟୁରିନ ଟେଷ୍ଟ କରାଯାଏ ।

କେମିତି ଜାଣିବେ ହାଡ ମଜବୁତ ଅଛି କି ନାହିଁ ?

କ୍ୟାଲସିୟମ ଏବଂ ଭିଟାମିନ-ଡି ପରୀକ୍ଷା କରି ହାଡ଼ର ଦୁର୍ବଳତା କିମ୍ବା ଅଷ୍ଟିଓପୋରୋସିସ୍ ଚିହ୍ନଟ କରାଯାଇପାରିବ ।

ଥାଇରଏଡ୍‌ ରୋଗ

ଟିଏସଏଚ ଟେଷ୍ଟରୁ ଥାଇରଏଡ ରୋଗ ଚିହ୍ନଟ କରାଯାଇଥାଏ ।

Latest Posts

Don't Miss