WHOର ଜରୁରିକାଳୀନ ବ୍ୟବହାର ତାଲିକାରେ ଖୁବଶୀଘ୍ର ସ୍ଥାନ ପାଇପାରେ କୋଭାକ୍ସିନ

1 min read

ନୂଆଦିଲ୍ଲୀ: କୋଭାକ୍ସିନ ଟିକାକୁ ମିଳିଲା ଆଉ ଏକ ସଫଳତା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରିକାଳୀନ ବ୍ୟବହାର ତାଲିକାରେ ଖୁବଶୀଘ୍ର ସ୍ଥାନ ପାଇବ କୋଭାକ୍ସିନ । ଭାରତ ବାୟୋଟେକ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟକୁ ଗ୍ଲୋବାଲ ବଡି ଗ୍ରହଣ କରିବା ପରେ ଏହାକୁ ଜରୁରିକାଳୀନ ବ୍ୟବହାର ତାଲିକାରେ ସାମିଲ କରିବାକୁ ଆଉ ପାଦେ ଆଗେଇଛି WHO ।

ଟିକାର ଟ୍ରାଏଲ ରିପୋର୍ଟ ଦାଖଲ କରିବା ପାଇଁ ଆସନ୍ତା ୨୩ ତାରିଖରେ ଟିକା ପ୍ରସ୍ତୁତ କରୁଥିବା ଫାର୍ମା କମ୍ପାନୀ ଓ WHO ଅଧିକାରୀଙ୍କ ମଧ୍ୟରେ ବୈଠକ ବସିବ । ଜରୁରିକାଳୀନ ବ୍ୟବହାର ଅନୁମତି ତାଲିକାରେ ସାମିଲ କରିବା ପାଇଁ ଟିକାର ୩ଟି ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଡାଟା WHO ସମୀକ୍ଷା କରିବ ବୋଲି ଭାରତ ବାୟୋଟେକର ଜଣେ ବରିଷ୍ଠଅଧିକାରୀ ସୂଚନା ଦେଇଛନ୍ତି ।

ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫ ହଜାର ୮୦୦ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଥିଲା । ତେବେ କରୋନାକୁ ମାତ୍ ଦେବାକୁ ଏହା ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି କ୍ଳିନିକାଲ ଟ୍ରାଏଲ ଡାଟାରୁ ଜଣାପଡ଼ିଛି । ଏବେ ଭାରତ ବାୟୋଟେକ ପକ୍ଷରୁ ବ୍ରାଜିଲ ଓ ଆମେରିକାରରେ ଟିକାର ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ଟ୍ରାଏଲ ଜାରି ରହିଛି ।

Leave a Reply