ଜାଣନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ସମ୍ପର୍କରେ ଅଜଣା କଥା

1 min read

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଭାରତ । ପ୍ରଥମ ୨ଟି ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ୧-୧ ବିଜୟ ହୋଇଛନ୍ତି । ବାକି ତିନୋଟି ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି । ଏହି ଦଳରେ ଯୁବ ବୋଲର ଆକାଶ ଦୀପଙ୍କୁ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଆକାଶ ଦୀପ ଟେଷ୍ଟ ଦଳରେ ସ୍ଥାନ ପାଇଥିବାବେଳେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦଳର ସଦସ୍ୟ ରହିଛନ୍ତି । ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ ସ୍ଥାନ ପାଇଥିବାବେଳେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ଘର ବିହାରରେ । ରୋହତାସ ଜିଲ୍ଲାରେ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଆକାଶ । ତାଙ୍କକ ପିତା କେବେ ମଧ୍ୟ ଚାହୁଁ ନଥିଲେ କି, ପୁଅ କ୍ରିକେଟର ବନୁ । କିନ୍ତୁ ୨୦୦୭ ଟି-୨୦ ବିଶ୍ବକପରେ ଭାରତର ବିଜୟ ପରେ ଆକାଶ କ୍ରିକେଟ ପ୍ରତି ନିଜର ଆଗ୍ରହ ବଢ଼ାଇଥିଲେ । ଘର ବିହାରରେ ହୋଇଥିଲେ ସୁଦ୍ଧା ସେ ପଶ୍ଚିମବଙ୍ଗ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି । ତାଙ୍କ ଘାତକ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ହାର ମାନିଥାନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପକ୍ଷରୁ ଖେଳନ୍ତି ଆକାଶ ଦୀପ । ବିରାଟ କୋହଲି ତାଙ୍କ ଫେବରାଟ ଖେଳାଳି । ତେବେ ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରୁ୍‌ଥିବା ଆକାଶ ଦୀପ ଆଗକୁ ନିୟମିତ ଭାରତୀୟ ଦଳରେ ଖେଳିବାର ଆଶା ରଖିଥିବା କୁହନ୍ତି ।