spot_img

Latest Posts

କିଏ ସେହି ନାରାୟଣ ସକର ହରି ଭୋଲେ ବାବା ଯାହାଙ୍କ ଉତ୍ସବରେ ଯୋଗଦେବାକୁ ଯାଇ ହାଥରସରେ ଘଟିଥିଲା ଅଘଟଣ

ନନ୍ଦିଘୋଷ ବ୍ୟୁରୋ: କିଏ ସେହି ନାରାୟଣ ସକର ହରି ଭୋଲେ ବାବା ଯାହାଙ୍କ ଉତ୍ସବରେ ହାଥରସରେ ଘଟିଥିଲା ଅଘଟଣ। ଉତ୍ତରପ୍ରଦେଶ ଇଟାହ ଜିଲ୍ଲାର ବାହାଦୂର ନଗରୀ ଗ୍ରାମର ବାବା ନାରାୟଣ। ସେ ଆଧ୍ଯାତ୍ମିକ ଜଗତରେ ପ୍ରବେଶ ପୂର୍ବରୁ ପୋଲିସର ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ। ପରେ ସେ ପୋଲିସ ଚାକିରି ଛାଡି ଧର୍ମୀୟ କାର୍ଯ୍ୟରେ ଲିପ୍ତ ରହିଥିଲେ। ହାଥରସର ସିକନ୍ଦରାରାଓ ଅଞ୍ଚଳରେ ଏହି ଧର୍ମୀୟ ସଭାର ଆୟୋଜନ ହୋଇଥିଲା। ନାରାୟଣ ସକର ହରିଙ୍କୁ ବାବା ନାରାୟଣ ସକର ହରି ବା ଭୋଲେ ବାବା ବୋଲି ସମ୍ବୋଧନ କରାଯାଏ। ତାଙ୍କ ପତ୍ନୀ ମଧ୍ଯ ସତସଙ୍ଗ ସହ ସାମିଲ ଥିଲେ। ଆୟୋଜିତ ସତସଙ୍ଗ ଥିଲା ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ। କୋଭିଡ ପୂର୍ବରୁ ଗତ ମେ ୨୦୨୨ରେ ଉତ୍ତରପ୍ରଦେଶର ଫାରୁକାବାଦରେ ପ୍ରଥମେ ଏକ ସତସଙ୍ଗ ଆୟୋଜନ କରିଥିଲେ ବାବା। ସେତେବେଳେ ମାତ୍ର ୫୦ ଲୋକଙ୍କୁ ଅନୁମତି ଦେଇଥିଲା ପ୍ରଶାସନ। ମାତ୍ର ସେତେବେଳେ ସଭାରେ ୫୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଏହାକୁ ନେଇ ଆୟୋଜକମାନଙ୍କ ବିରୋଧରେ ସେତେବେଳେ ଜିଲ୍ଲା ପ୍ରଶାସନ ମାମଲା ଦାୟର କରିଥିଲା। ବର୍ତ୍ତମାନ ବାବାଙ୍କ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀରେ ଅଛନ୍ତି। ସେ ସୋସିଆଲ ମିଡିଆଠାରୁ ଦୂରରେ ରହନ୍ତି। କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଆକାଉଣ୍ଟ ନାହିଁ। ଉତ୍ତରପ୍ରଦେଶ ଆଲିଗଡରେ ପ୍ରତି ମଙ୍ଗଳବାର ସତସଙ୍ଗ ହୋଇଥାଏ। ବାବାଙ୍କ ନାମରେ ରହିଛି ବହୁ ଅପରାଧିକ ମାମଲା।

 

Latest Posts

Don't Miss