ଭାରତକୁ ଅଣ୍ଡର ୧୯ ବିଶ୍ବକପରେ ଫାଇନାଲରେ ପହଞ୍ଚାଇଥିବା ସଚିନ କିଏ?

ନନ୍ଦିଘୋଷ ବ୍ୟୁରୋ: ୧୯ ବର୍ଷରୁ କମ ବିଶ୍ବକପ ଫାଇନାଲରେ ଟିମ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ଦୁଇ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ଉଦୟ ସହରନଙ୍କ ସହ ବଡ଼ ପାଳି ଖେଳିଥିଲେ ସଚିନ ଧାସ୍ । ଯିଏକି ୯୬ ରନର ପାଳି ଖେଳିଥିଲେ । ତେବେ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଭାରତ । ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପାଣି ପିଆଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ସଚିନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ କିଏ ଏହି ସଚିନ? ଯଦି ଆମେ ସଚିନଙ୍କ ସମ୍ପର୍କରେ କହିବା ତାହେଲେ ସେ ମହାରାଷ୍ଟ୍ରର ବିଡର ବାସିନ୍ଦା । ବାପା ସଞ୍ଜୟ ଦାସ ତାଙ୍କ ନାମ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ହିସାବରେ ରଖିଛନ୍ତି । ସଞ୍ଜୟ ମଧ୍ୟ ଜଣେ କ୍ରିକେଟର । ସେ ବିଶ୍ବବିଦ୍ୟାଳୟ ସ୍ତରର କ୍ରିକେଟ ଖେଳିଛନ୍ତି । ସୁନିଲ ଗାଭାସ୍କର ତାଙ୍କ ପ୍ରଥମ ପସନ୍ଦ ଖେଳାଳି ହୋଇଥିବାବେଳେ ପରେ ସଚିନ ତେନ୍ଦୁଲକର ଦ୍ବିତୀୟ ପସନ୍ଦର ଖେଳାଳି । ଏଣୁ ସଚିନଙ୍କ ନାମକୁ ନେଇ ସେ ଏଭଳି ନାମ ରଖିଥିବା ଏକ ଜାତୀୟ ଗଣମାଧ୍ୟମର ଇଣ୍ଟରଭିୟୁରେ କହିଛନ୍ତି । ପୁଅକୁ ଜଣେ ବଡ଼ କ୍ରିକେଟର ହିସାବରେ ଦେଖିବାକୁ ସେ ଇଝା ପ୍ରକାଶ କରିଛନ୍ତି । ତେବେ ନେପାଳ ବିପକ୍ଷ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆକୁ ସଙ୍କଟରୁ ଉଦ୍ଧାର କରିବା ସହ ବଡ଼ ପାଳି ଖେଳିଥିଲେ ସଚିନ । ତେବେ ବଡ଼ ବଡ଼ ଛକା ମାରିବାରେ ମଧ୍ୟ ସେ ବେଶ ମାହିର ।