ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOର ପ୍ରଶଂସା । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ବିତୀୟ ପ୍ରବାହକୁ ବିନା ଲକଡାଉନରେ ହରାଇବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଆହ୍ବାନ ଦେଇଥିଲେ  । କରୋନାକୁ ଚେକ ଦେବାକୁ ୧୪ ଦିନିଆ ମାସ୍କ ଡ୍ରାଇଭ ସହ ପୂରା ପରିବାରକୁ ମାସ୍କ ପିନ୍ଧାଇବାକୁ ମାଆମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ  । ଝୁଲାଇକି ନୁହେଁ, ପୂରା ନାକ ଓ ମୁହଁ କରିବା କଭର କରିବା ଭଳି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟରେ ୧୪ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଛି । କରୋନା ମୁକାବିଲାରେ ମାସ୍କ ମୁଖ୍ୟ କବଚ ସାଜିଥିବାରୁ ରାଜ୍ୟବାସୀଙ୍କୁ ଆଜିଠାରୁ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ । କରୋନାର ଦ୍ବିତୀୟ ଲହରୀରେ ଦ୍ରୁତଗତିରେ ସଂକ୍ରମଣ ହେଉଥିବାରୁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ଅଭିଯାନର ମୁଖ୍ୟ ସୂତ୍ରଧର ସାଜିବେ ମାଆ । ଏଥିଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ।  ରାଜ୍ୟ ସରକାର ବାହାରେ ଜଗୁଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାଆମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି  ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Reply