spot_img

Latest Posts

ଡେଲଟା ପ୍ଲସକୁ ନେଇ ବଢୁଛି ଭୟ, ସତର୍କ କରାଇଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଡେଲଟା ପ୍ଲସକୁ ନେଇ ବଢୁଛି ଭୟ। ଏବେ ସୁଦ୍ଧା ବିଶ୍ୱର ୮୫ ଦେଶରେ କରୋନାର ଏହି ନୂଆ ରୂପ ତଥା ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଭାରତରେ ତୃତୀୟ ଲହର ପାଇଁ ଡେଲଟା ପ୍ଲସ୍ ଖୋରାକ ଯୋଗାଇବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଦେଶର ୮ଟି ରାଜ୍ୟରେ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କେସ୍ ମହାରାଷ୍ଟ୍ରରୁ ଆସିଛି। ମହାରାଷ୍ଟ୍ର ବ୍ୟତୀତ କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ମଧ୍ୟପ୍ରଦେଶର ଉଜ୍ଜୈନ୍ ଜେଲରେ ଡେଲଟା ପ୍ଲସ୍ ଆକ୍ରାନ୍ତ ଜଣେ ମହିଳାଙ୍କର ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଡେଲଟା ଭ୍ୟାରିଆଣ୍ଟ ଯୋଗୁ ଦ୍ୱିତୀୟ ଲହରରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେଲଟା ପ୍ଲସ୍ ଏହାଠାରୁ ବି ଅଧିକ ମାରାତ୍ମକ ବୋଲି ଅନୁମାନ ଲଗାଇଛନ୍ତି ବିଶେଷଜ୍ଞ । ଏହା ଅଧିକ ସଂକ୍ରାମକ ଓ ଅଧିକ କ୍ଷତିକାରକ ବୋଲି ଆଶଙ୍କା କରାଯାଉଛି ।

ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ ତେବେ କରୋନାର ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଡେଲ୍ଟା ସର୍ବାଧିକ ପ୍ରଭାବିତ କରିବାର ସମ୍ଭାବନା ଅଛି ।

ଆଲଫା, ବିଟା, ଗାମା ଏବଂ ଡେଲଟା ଭ୍ୟାରିଏଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିନସ୍ଥ ସମସ୍ତ ଅଞ୍ଚଳରେ ଚିହ୍ନଟ ହୋଇଛି। ଏଥିରେ କୁହାଯାଇଛି ଯେ ଆଲଫା ତୁଳନାରେ ଡେଲଟା ଅଧିକ ସଂକ୍ରାମକ ଏବଂ ଏଭଳି ସ୍ଥିତି ରହିଲେ ଅଧିକ ପ୍ରଭାବିତ କରାଇବାର ଆଶଙ୍କା ରହିଛି।

Latest Posts

Don't Miss