କିଏ ହେବ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ? ରେସରେ ରହିଛନ୍ତି ଏହି ୪ ଖେଳାଳି

ରୋହିତ ଶର୍ମା ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ଏବେ କିଏ ମଙ୍ଗ ଧରିବ ? କିଏ ହେବ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପ୍ଟେନ? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ରେସରେ ୪ ଜଣ ବଡ଼ ଖେଳାଳି ରହିଛନ୍ତି । ଶୁବମନ ଗିଲ, ଋଷଭ ପନ୍ତ, କେଏଲ ରାହୁଲ ଓ ଜଶପ୍ରୀତ ବୁମ୍ରାଙ୍କ ମଧ୍ୟରୁ ଜଣେ ଏହି ଦାୟିତ୍ବ ସମ୍ଭାଳିବାର ସମ୍ଭାବନା ରହିଛି । ମେ ୭ରେ ରୋହିତ ନିଜର ସନ୍ନ୍ୟାସ ଘୋଷଣା କରିଥିଲେ । ଆଗକୁ ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଥିବାରୁ ଟିମ୍ ଇଣ୍ଡିଆ ଖୁବଶୀଘ୍ର ଜଣେ ନୂଆ ଟେଷ୍ଟ ଅଧିନାୟକ ପାଇବ ।

ବୁମ୍ରା ଜଣେ ସିନିୟର ଓ ଅନୁଭବୀ ଖେଳାଳି ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇପାରେ । ତାଙ୍କ ପାଖରେ ୩ଟି ଟେଷ୍ଟରେ ନେତୃତ୍ବ ନେବାର ଅନୁଭବ ରହିଛି । ସେଥିମଧ୍ୟରୁ ୧ଟି ଜିତିଥିବା ବେଳେ ୨ଟି ହାରିଛନ୍ତି । ଗିଲଙ୍କ ପାଖରେ କମ୍ ଅନୁଭବ ରହିଥିଲେ ହେଁ ଲଙ୍ଗ ଟର୍ମ ପାଇଁ ସେ ଉପଯୁକ୍ତ ହୋଇପାରନ୍ତି । ପନ୍ତ ଓ ରାହୁଲ ମଧ୍ୟ ଟେଷ୍ଟ ଅଧିନାୟକ ପାଇଁ ବଡ଼ଦାବିବାର ଅଟନ୍ତି । ପନ୍ତଙ୍କ ପାଖରେ ଅଧିନାୟକର ଅନୁଭବ ନାହିଁ । ରାହୁଲ ୩ଟି ଟେଷ୍ଟରେ କ୍ୟାପ୍ଟେନସିପ କରିସାରିଛନ୍ତି ।