ଆଜି ଶେଷ ହୋଇପାରେ ବିଜେପିର ମୁଖ୍ୟମନ୍ତ୍ରୀ ସସପେନ୍ସ

ଭୁବନେଶ୍ବର: କିଏ ହେବ ରାଜସ୍ଥାନ, ମଧ୍ୟପ୍ରବେଶ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ? ସାରା ଦେଶରେ ବିଜେପିର ୩ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆଜି ଏହାର ହୋଇପାରେ ଅନ୍ତ । ବିଜେପି ୩ ମୁଖ୍ୟମନ୍ତ୍ରୀଙ୍କ ନାଁ ଆଜି ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରାଯାଇଛି । ସେହିପରି ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷଣକାରୀ ଭାବରେ ପଠାଯାଇଛି । ପର୍ଯ୍ୟବେକ୍ଷକମାନେ ଆଜି ସମସ୍ତ ୩ଟି ରାଜ୍ୟରେ ବିଧାୟକ ଦଳ ବୈଠକ କରିବେ ।

ମଧ୍ୟପ୍ରଦେଶକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ ଏବଂ ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ଦାୟିତ୍ୱ ଭାଜପା କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନେୱାଲଙ୍କୁ ଦିଆଯାଇଛି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଭାଜପା ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ମଧ୍ୟ ପଠାଯାଇଛି ।