spot_img

Latest Posts

ୟେଦିୟୁରପ୍ପାଙ୍କ ପରେ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ୟେଦିୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା। ନୂଆ ମୁଖ୍ୟମନ୍ତ୍ରୀ ଲାଗି ଆରମ୍ଭ ହୋଇଛି ରେସ୍। ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ । ଲିଙ୍ଗାୟତ୍ତ ସମ୍ପ୍ରଦାୟର ୟେଦିୟୁରପ୍ପାଙ୍କ ପରେ ଜଣେ ବ୍ରାହ୍ମଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଷୀଙ୍କ ନାଁ ଏବେ ଆଗରେ ରହିଛି। ସେ ଜଣେ ବ୍ରାହ୍ମଣ ଓ ସମସ୍ତଙ୍କୁ ଧରି ଆଗକୁ ଯାଇପାରିବାର କ୍ଷମତା ତାଙ୍କ ନିକଟରେ ରହିଛି। ସେପଟେ ଭୋକାଲିଗା ସମ୍ପ୍ରଦାୟର ବି କାହାକୁ କରାଯାଇପାରେ ମୁଖ୍ୟମନ୍ତ୍ରୀ।

ଏକ୍ଷେତ୍ରରେ ଚର୍ଚ୍ଚାରେ ଅଛନ୍ତି ବିଜେପି ଜାତୀୟ ସମ୍ପାଦକ ସି.ଟି ରବି। ଯୋଶୀଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ଏହା ହେବ ୧୯୮୮ ପରଠାରୁ ସବୁଠାରୁ ବଡ ପଦକ୍ଷେପ। ଏହାଦ୍ୱାରା ରାଜ୍ୟରେ ଉଚ୍ଚବର୍ଗଙ୍କ ସମର୍ଥନ ପାଇପାରିବ ବିଜେପି। ତେଣେ ଯଦି ରବିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଭୋକାଲିଗା ବହୁଳ ଦକ୍ଷିଣ କର୍ଣ୍ଣାଟକରେ ବିଜେପି ନିଜର ପ୍ରଭାବ ବଢାଇ ପାରିବ।

ଲିଙ୍ଗାୟତ୍ତ ସମ୍ପ୍ରଦାୟର ଥିବା ୟେଦ୍ୟୁରପ୍ପାଙ୍କ ପରେ ଏହି ସମ୍ପ୍ରଦାୟରୁ ବି କାହାକୁ ମୁଖ୍ୟମନ୍ତ୍ରୀ କରିବା ଲାଗି ପଦକ୍ଷେପ ନେଇପାରନ୍ତି ହାଇକମାଣ୍ଡ। ଯୋଷୀ ଏବେ ଧରଓ୍ୱାଡରୁ ସାଂସଦ ଅଛନ୍ତି। ସେ ୨୦୧୨ରୁ ୨୦୧୬ ଯାଏଁ ବିଜେପି ରାଜ୍ୟ ସଭାପତି ଥିଲେ। ଏହାସହ ଖଣିମନ୍ତ୍ରୀ ମୁରୁଗେଶ ନିରାନି, ଗୃହମନ୍ତ୍ରୀ ବାସବରାଜ ବୋମାଇ, ଉପମୁଖ୍ୟମନ୍ତ୍ରୀ ସିଏନ ଅଶ୍ୱଥ ନାରାୟଣ, ବିଧାୟକ ଅରବିନ୍ଦ ବେଲାଡଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ତେଣେ ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଦଳର ସଂସଦୀୟ ବୋର୍ଡ ଓ ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

Latest Posts

Don't Miss