ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ବିହାରର ନିର୍ବାଚନୀ ଫଳାଫଳ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆରଜେଡି ଭଳି ବଡ଼ ଦଳ ସାଙ୍ଗକୁ ମହାମେଣ୍ଟ ପୁଣିଥରେ ବିହାରରେ ଫେଲ୍ ମାରିଛି । ରାହୁଲ-ତେଜସ୍ବୀଙ୍କ ଯୋଡ଼ି ବିହାରର ଜନତାଙ୍କ ମନ ଜିଣିବାରେ ବିଫଳ ହୋଇଥିବା ମନେ ହୋଇଛି । ନିର୍ବାଚନ ପୂର୍ବରୁ ବଡ଼ ଚର୍ଚ୍ଚା ଶେଷରେ ଫସର ଫାଟିଛି । ତେବେ ଏନଡିଏକୁ ବିହାରରେ ଏତେ ବଡ଼ ସଫଳତା ପଛରେ କାରଣ କଣ ? କାହିଁକି ମହାମେଣ୍ଟକୁ ପ୍ରତ୍ୟାଖ୍ୟାନ କଲ ଜନତା ?
୧୯୮୯ ମସିହାରେ ଆରମ୍ଭ ହୋଇଥିବା ଲାଲୁ ଯୁଗ ଏବେ ଶେଷ ହେବାକୁ ଯାଉଛି । ରାଜନୀତିରେ ବଂଶବାଦ ବହୁ କାଳରୁ ଚାଲିଛି । ତେବେ କିଛି ନେତା ଏଥିରେ ସଫଳ ହୋଇଛନ୍ତି । କରୁଣାନିଧିଙ୍କ ପୁଅ ଷ୍ଟାଲିନ ଏଂ ଝାଡ଼ଖଣ୍ଡର ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ ବେଶ ସଫଳତା ପାଇଛନ୍ତି । ଏଭଳି ଅନେକ ରାଜ୍ୟରେ ଉଦାହରଣ ରହିଛି । ମାତ୍ର ବିହାରରେ ଲାଲୁଙ୍କ ପରେ ତାଙ୍କ ଦୁଇ ପୁଅ ଏହାକୁ ବଜାୟ ରଖିପାରିନାହାନ୍ତି । ତେଜସ୍ବୀ ଆରଜେଡିର ଦାୟିତ୍ବ ନେଇଥିବାବେଳେ ସେ ଫେଲ୍ ମାରିଛନ୍ତି । ତେବେ କୁହାଯାଉଛି କି, ରାହୁଲ ଏବଂ ତେଜସ୍ବୀ ନିଜର ନିର୍ବାଚନୀ ପ୍ରଚାରରେ କେବଳ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ମୋଦୀଙ୍କୁ ଟାର୍ଗେଟ କରିଥିବାବେଳେ ତେଜସ୍ବୀ ବାରମ୍ବାର ନୀତିଶଙ୍କୁ ଟାର୍ଗେଟ କରିଥିଲେ । ଯାହାକୁ ସହଜରେ ବିହାରୀମାନେ ଗ୍ରହଣ କରିପାରିନଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ଭୋଟ୍ ଚୋର୍, ଗାଦି ଛୋଡ୍ : ଏହି ସ୍ଲୋଗାନ ମହାମେଣ୍ଟ ପାଇଁ ପରାଜୟର ବଡ଼ କାରଣ । ସଂଖ୍ୟାଲଘୁଙ୍କ ମନ ଜିଣିପାରିନଥିଲେ ମହାମେଣ୍ଟର ନେତାମାନେ । ଏହାସହ ଉଚ୍ଚଜାତି ଏବଂ ମୁସଲମାନଙ୍କ ଭୋଟ୍ ମହାମେଣ୍ଟ ସପକ୍ଷରେ ଯିବା ନେଇ କୁହାଯାଉଥିଲା । ମାତ୍ର ଏହା ଶେଷ ସମୟରେ ହୋଇପାରିନଥିଲା । ପ୍ରଥମରୁ ତେଜସ୍ବୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଲାଗି ଘୋଷଣା ହୋଇନଥିଲା । କଂଗ୍ରେସ ଏଥିଲାଗି ଡେରି କରିଥିଲା । ନିଜ ଦଳ ମଧ୍ୟ ଆସନ ବୁଝାମଣା ମଧ୍ୟ ପରାଜୟର ଏକ ବଡ଼ କାରଣ ବୋଲି କୁହାଯାଉଛି । ତେବେ ଆପଣଙ୍କୁ କଣ ଲାଗୁଛି, ଆମର ଏହି ପାଠଟି ପଢ଼ିବା ପରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ…

