କାହିଁକି ଗାନ୍ଧିଙ୍କୁ ମିଳି ନ ଥିଲା ନୋବେଲ ?  

1 min read

କେବେ ଥରେ ଭାବିଛନ୍ତି ସତ୍ୟ ଓ ଅହିଂସାର ଅନ୍ୟତମ ପୂଜାରୀ ମହାତ୍ମା ଗାନ୍ଧିଙ୍କୁ କାହିଁକି ମିଳିନି ନୋବେଲ ପୁରସ୍କାର ? ଦେଶକୁ ସ୍ୱାଧୀନତା ଦେଇଥିବା ସତ୍ୟନିଷ୍ଠ ବାପୁଜୀ କଣ ନୋବେଲ ପାଇଁ ଯୋଗ୍ୟ ନଥିଲେ ? ନେଲସନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ, ଯେଉଁମାନେ ଗାନ୍ଧିଙ୍କୁ ଆଦର୍ଶ ରୂପେ ମାନିଛନ୍ତି, ସେମାନେ ପାଇଛନ୍ତି ନୋବେଲ, ଅଥଚ ଆଧୁନିକ ଯୁଗର ଶାନ୍ତି ଦୂତ ଗାନ୍ଧି ନୁହେଁ ! ଆମେ କହିବୁ ଏହାର କାରଣ, କାହିଁକି ଗାନ୍ଧିଙ୍କୁ ମିଳିନଥିଲା ନୋବେଲ ?

ପ୍ରତ୍ୟେକ ଥର ପୁରସ୍କାର ଘୋଷଣା ବେଳେ ଚର୍ଚ୍ଚା ଜୋର ଧରେ ମହାତ୍ମା ଗାନ୍ଧିଙ୍କୁ କାହିଁକି ମିଳିନଥିଲା ନୋବେଲ, ଯିଏ ଆଧୁନିକ ଯୁଗର ଶାନ୍ତି ଦୂତ ଥିଲେ  । ନୋବେଲ କମିଟି ଏହି କଥା ଉପରେ କେବେ ଟିପ୍ପଣୀ ବି ରଖିନି  । କିନ୍ତୁ ଚର୍ଚ୍ଚା ହୁଏ କମିଟି ଗାନ୍ଧିଙ୍କୁ ଏହି ପୁରସ୍କାର ଦେଇ ବ୍ରିଟିଶରମାନଙ୍କ ଆକ୍ରୋଶର ଶିକାର ହେବାକୁ ଚାହୁଁନଥିଲା  । କିନ୍ତୁ କିଛି ତଥ୍ୟରୁ ଏକଥା ଜଣାପଡ଼େ ବ୍ରିଟେନ ସରକାର ପକ୍ଷରୁ ଗାନ୍ଧିଙ୍କ ପାଇଁ ସେମିତି କୌଣସି କଟକଣା ନଥିଲା । ନୋବେଲ ପାଇଁ ମହାତ୍ମା ଗାନ୍ଧିଙ୍କ ନାଁ ୧୯୩୭, ୩୮’ ଓ ୩୯’ରେ ଲଗାତର ତିନି ଥର, ୧୯୪୭, ୪୮’ ମସିହାରେ ଲଗାତର ଦୁଇ ଥର ସୁପାରିଶ କରାଯାଇଥିଲା  । କିନ୍ତୁ ୧୯୪୮ରେ ପୁରସ୍କାର ଘୋଷଣାର ୪ଦିନ ପୂର୍ବରୁ ତାଙ୍କର ହତ୍ୟା ହୋଇଥିଲା । ନୋବେଲ କମିଟି ବିଶେଷଜ୍ଞ ଜ୍ୟାକବ ଓ୍ବାରମୁଲରଙ୍କ ଟିପ୍ପଣୀ ଅନୁସାରେ, ‘ବାପୁଜୀ ଅହିଂସା ସହ ସବୁବେଳେ ରହିନଥାନ୍ତେ, କେବେ ବି ହିଂସାର ପଥକୁ ଆପଣାଇଥାନ୍ତେ ।

ସେ ପାଇଁ ସେ ନୋବେଲ ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ’ । ୧୯୪୭ରେ ଭାରତ ବିଭାଜନକୁ ନେଇ କିଛି ବିବାଦୀୟ ବୟାନ ପାଇଁ ତାଙ୍କୁ ଏହି ପୁରସ୍କାରରୁ ବଞ୍ଚିତ କରାଯାଇଥିଲା  । କିନ୍ତୁ ୧୯୪୮ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥାନ୍ତା  । କିନ୍ତୁ ତାଙ୍କର ଦେହାନ୍ତ ହୋଇଯାଇଥିଲା  । କାଳେ କିଛି ବିବାଦ ଉପୁଜିବ ତେଣୁ ତାଙ୍କ ଅବର୍ତ୍ତମାନରେ କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ଏହି ପୁରସ୍କାର ବି ଦିଆଯାଇନଥିଲା । ଏକଥା ଏଇଥିପାଇଁ କୁହାଯାଉଛି, କାରଣ ସେହି ବର୍ଷ ଏହି ପୁରସ୍କାର କାହାରିକୁ ବି ଦିଆଯାଇନି  ଓ କମିଟି ଏଇ କଥା କହିଥିଲା ‘କୌଣସି ଜୀବନ୍ତ ଆଶାୟୀ ଏଥିପାଇଁ ଯୋଗ୍ୟ ନୁହେଁ’  । ‘ଜୀବନ୍ତ’ ଶବ୍ଦରୁ ଗୋଟିଏ କଥା ସ୍ପଷ୍ଟ ବୋଧହୁଏ ଗାନ୍ଧିଜୀଙ୍କୁ ସେହି ବର୍ଷ ମିଳିଥାନ୍ତା ନୋବେଲ  । କିନ୍ତୁ ଆମେ ପ୍ରତ୍ୟେକଟି ଗାନ୍ଧି ପ୍ରେମୀ ଏକଥା କହିବୁ ଗାନ୍ଧିଙ୍କ ସମ୍ମାନ ଓ ମହାନତା ନୋବେଲଠାରୁ ବି ବଡ଼ । ବରଂ ଏଥିରେ ନୋବେଲର ଗୁରୁତ୍ବ ବଢ଼ିଥାନ୍ତା । କିନ୍ତୁ ନୋବେଲ କମିଟି ସେ ସୁଯୋଗ ହରାଇଥିଲା  । ')}

Leave a Reply