ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କାହିଁକି ରାଗିଲେ ଗିଲ୍ ? ୨ ଥର ଅମ୍ପାୟାରଙ୍କୁ..

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ହାଇଦ୍ରାବାଦକୁ ଭେଟିଥିଲା ଗୁଜୁରାଟ ଟାଇଟନ୍ସ । ଏହି ହାଇସ୍କୋରିଂ ମ୍ୟାଚରେ ଗୁଜୁରାଟ ୩୮ ରନରେ ଜିତିଛି । ଗୁଜୁରାଟର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ ୨୨୪ ରନ କରିଥିଲା । ତେବେ ଏହି ମ୍ୟାଚରେ ଅଧିନାୟକ ଶୁଭମନ ଗିଲ୍ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ । ସେ ୨ ଥର ଅମ୍ପାୟାରଙ୍କ ଉପରେ ରାଗିଥିବା ନଜର ଆସିଥିଲେ । ପ୍ରଥମେ ଯେତେବେଳେ ରନଆଉଟ ହୋଇ ଗିଲ୍ ପାଭିଲିୟନ ଫେରୁଥିଲେ ସେତେବେଳେ ପ୍ରଥମେ ସେ ବିରକ୍ତ ଥିବା ଭଳି ଦେଖା ଦେଇଥିଲେ । ଏହା ୧୩ତମ ଓଭରରେ ଘଟିଥିଲା । ସେ ରନ ଆଉଟ୍ ହୋଇଥିବାବେଳେ ଏଭଳି ଲାଗୁଥିଲା କି, ପ୍ରଥମେ ଗ୍ଲୋବସ ବାଜିଛି । ପରେ ଟିଭ ଅମ୍ପାୟାର ଏହାକୁ ରନ ଆଉଟ୍ ଦେଇଥିଲେ । ଏହାପରେ ସେ ଶାନ୍ତ ହୋଇଥିଲେ । ସେପଟେ ଗୁଜୁରାଟ ବୋଲିଂ ସମୟରେ ମଧ୍ୟ ଗିଲ୍ ବିରକ୍ତିଭାବ ପ୍ରକାଶ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ଫୁଲଟସ୍ ବଲଟି ଅଭିଶେକ ଶର୍ମାଙ୍କ ପ୍ୟାଡରେ ବାଜିଥିଲା । ଆଉ ଅମ୍ପାୟାର ଏହାକୁ ଆଉଟ୍ ଦେଇନଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଗିଲ୍ । ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା ।