ହିରୋ ବନିଲେ ୟଶ ଠାକୁର, ଜାଣନ୍ତୁ ଲକ୍ଷ୍ନୌଠାରୁ ଗୁଜୁରାଟ ପରାଜୟର ବଡ଼ କାରଣ

ନନ୍ଦିଘୋଷ ବ୍ୟୁରୋ: ରବିବାର ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଗୁଜୁରାଟ ଟାଇଟନ୍ସ ପରାସ୍ତ କରିଛି । ଚଳିତ ଆଇପିଏଲର ୨୧ତମ ମ୍ୟାଚରେ ଗୁଜୁରାଟ ୩୩ ରନରେ ପରାସ୍ତ ହୋଇଛି । ତେବେ ଏହି ମ୍ୟାଚରେ ୟଶ ଠାକୁର ବନିଥିଲେ ହିରୋ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୬୩ ରନ ସଂଗ୍ରହ କରିଥିବାବେଳେ ଗୁଜୁରାଟ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ମାତ୍ର ୧୩୦ ରନରେ ଅଲଆଉଟ୍ ହୋଇଥିଲା ଗୁଜୁରାଟ । ଏହି ମ୍ୟାଚରେ ୟଶ ଠାକୁର ୩.୫ ଓଭରରେ ୩୦ ରନ ବ୍ୟୟ କରି ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଶୁଭମନ ଗିଲ, ବିଜୟ ଶଙ୍କର, ରାହୁଲ ତେବତିଆ, ରସିଦ ଖାନ ଏବଂ ନୁର ୟଶଙ୍କ ଶିକାର ହୋଇଥିଲେ । ଗୁଜୁରାଟର ବ୍ୟାଟିଂ ଲାଇନଅପ୍ ଖରାପ ରହିଥିଲା । ଏଠାରେ ୧୫୦ ରନ ଅଧିକ ରହିଥିବାବେଳେ ଗୁଜୁରାଟ ୧୫୦ ମଧ୍ୟରେ ଲକ୍ଷ୍ନୌକୁ ସୀମିତ ରଖି ପାରିନଥିଲା । ସେପଟେ ଗୁଜୁରାଟ ଶୁଭମନ ଗିଲଙ୍କ ଉପରେ ଅଧିକ ଭରସା ରଖୁଥିବାବେଳେ ସେ ଫେଲ୍ ମାରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।