ରାତି ୩ଟାରୁ ୪ ଭିତରେ କାହିଁକି ଡରନ୍ତି ରିଙ୍କୁ ସିଂ ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂ ରାତିରେ ଡରନ୍ତି । ଖାସ କରି ରାତି ୩ଟାରୁ ୪ ଟା ଭିତରେ ଡରନ୍ତି । ତେବେ ଏହା ପଛରେ କଣ ରହିଛି କାରଣ? ସେ କାହିଁକି ଡରନ୍ତି ? ଘରେ ହେଉ କିମ୍ବା ବାହାରେ ଯୁଆଡ଼େ ବି ଯାଆନ୍ତି ଭୟ କରନ୍ତି ବୋଲି କୁହାଯାଇଛି । ନିକଟରେ ଏକ ପଡକାଷ୍ଟରେ ଯୋଗ ଦେଇ ଏନେଇ ଖୁଲାସା କରିଛନ୍ତି ରିଙ୍କୁ । ସେ ଭୂତକୁ ଭୟ କରୁଥିବା କହିଛନ୍ତି । ଯେଉଁ କାରଣରୁ ଏହି ସମୟରେ ତାଙ୍କୁ ଅଧିକ ଭୟ ଲାଗିଥାଏ ।

ଏହାସହ ରିଙ୍କୁ କହିଛନ୍ତି କି, ସେ ଏକା ଶଷାଇବା ପାଇଁ ଭୟ କରନ୍ତି । ଏପରିକି ଯଦି କେବେ ଏକା ଶୁଅନ୍ତି ତାହେଲେ ସେ ଘରର ଲାଇଟ୍ ଲଗାଇ ଶୁଅନ୍ତି । ଏପରିକି ଯେତେବେଳେ ସେ ବିଦେଶ ଗସ୍ତରେ ଖେଳିବା ଲାଗି ଯାଆନ୍ତି ସେତେବେଳେ ସେ କୁଲଦୀପଙ୍କ ସହ ଶୁଅନ୍ତି । ଏହାସହ ଗଭୀର ପାଣି ଏବଂ ଉଚ୍ଚ ସ୍ଥାନକୁ ମଧ୍ୟ ଭୟ କରୁଥିବା କଥା କହିଛନ୍ତି । ପରେ ତାଙ୍କ ପଚରା ଯାଇଥିଲା କି, ତୁମେ କାହାକୁ ଭୟ କରନାହିଁ । ଏହାର ଉତ୍ତରରେ କହିଥିଲେ କି, ମୁଁ ବୋଲରଙ୍କୁ ଭୟ କରେନି । ସେପଟେ ଆମେ ଯଦି ରିଙ୍କୁଙ୍କ କଥା କହିବା ତାହେଲେ ସେ ଏସିଆ କପ ଦଳରେ ରହିଛନ୍ତି । ସେ କିଭଳି ପ୍ରଦର୍ଶନ କରୁଛନ୍ତି ଏହା ଉପରେ ରହିଛି ନଜର ।