ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ… ବିଗିଡ଼ି ଯାଇପାରେ ସ୍ଥିତି !

1 min read

ଭୁବନେଶ୍ୱର: ମହାମାରୀ କରୋନାକୁ ରୋକିବାକୁ ଅଧା ଓଡ଼ିଶା ଲକ୍ ଡାଉନ୍ । ଘରେ ବନ୍ଦ ୩ କୋଟି ଓଡ଼ିଆ । ସ୍ଥିତି ସମ୍ଭାଳିବାକୁ ମହାରାଷ୍ଟ୍ର ଓ ପଞ୍ଜାବରେ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଲକ୍ ଡାଉନକୁ କିଛି ଲୋକ ବେଖାତିର୍ କରି ରାସ୍ତାରେ ବୁଲୁଥିବା ଦେଖାଯାଉଛି । ରାଜଧାନୀରୁ ରାଉରକେଲା ସବୁଠି ଜନତା କର୍ଫ୍ୟୁ ପାଳନ ବେଳେ ଖାଁ ଖାଁ ଥିବା ରାସ୍ତାରେ ଲକ୍ ଡାଉନରେ ଲୋକଙ୍କୁ ଦେଖିବାକୁ ମିଳିଛି । ତେଜରାତି ଓ ପରିବା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଥିବା ବେଳେ ଦେଶରେ ସଂଖ୍ୟା ବଢ଼ି ଚାଲିଛି । କମ୍ୟୁନିଟି ଟ୍ରାନ୍ସମିଶନ ମାଧ୍ୟମରେ ବ୍ୟାପି ଚାଲିଛି ମହାମାରୀ କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଲକ୍ ଡାଉନ୍ ବେଳେ କେହି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ରହିବେ ଘରେ ?

ଦେଶରେ ୧୨ରୁ ଅଧିକ ଆକ୍ରାନ୍ତ ଟ୍ରେନରେ ଯାତ୍ରା କରିଛିବା ସ୍ପଷ୍ଟ ହୋଇଛି । କିଏ ଦିଲ୍ଲୀରୁ ତେଲଙ୍ଗାନା ତ ଆଉ କିଏ ଭୁବନେଶ୍ୱର ପୁଣି ଆଉ କିଏ ମୁମ୍ବାଇରୁ ଜବଲପୁର । ଟ୍ରେନ୍ ଯାତ୍ରା ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବହୁ ଲୋକ । ଏପରିକି ଇଟାଲୀରୁ ଦିଲ୍ଲୀ ଫେରିବା ପରେ ଜଣେ ଆକ୍ରାନ୍ତ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ତେଣୁ, ସାମାଜିକ ଦୂରତ୍ୱ ରକ୍ଷା କଲେ ହିଁ ଏଥିରୁ ବଞ୍ଚି ହେବ ।

ଚୀନ, ଇଟାଲୀ ଭୁଲ୍ ଦୋହରାଇଲେ ଅସମ୍ଭାଳ ହେବ ସ୍ଥିତି

ଆରମ୍ଭରୁ ଚୀନ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଏପିରିକି ଲୋକଙ୍କୁ ଭୂଆଁ ବୁଲାଇ ଭାଇରସ୍ ସମ୍ପର୍କରେ ସୂଚନା ଦଇଥିବା ଡାକ୍ତରଙ୍କୁ ନିଲମ୍ବିତ କରିଥିଲା । ପରେ କରୋନା ଭାଇରସରେ ଡାକ୍ତର ଜଣଙ୍କ ମୃତ୍ୟୁ ହୋଇଥିଲା । ଆରମ୍ଭରୁ ଚୀନର ଅସାବଧନତା ଯୋଗୁଁ ଭାଇରସ୍ ଶୀଘ୍ର ବ୍ୟାପିବା ସହ ଏବେ ଦୁନିଆ ପାଇଁ ବଡ଼ ବିପଦ ଭାବେ ଛିଡ଼ା ହୋଇଛି । ପରେ ଚୀନ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରିବା ସହ ଲକ୍ ଡାଉନକୁ କଡ଼ାକଡ଼ି କରିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ଇଟାଲୀ ବି ଆରମ୍ଭରୁ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଫଳରେ ଇଟାଲୀ ଭଳି ଦେଶ ଆଜି ମାଟି କାମୁଡ଼ି ପଡ଼ିଛି । କରୋନା ଯୋଗୁଁ ଇଟାଲୀରେ ଏବେ ପର୍ଯ୍ୟନ୍ତ ୫୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଭାରତ ଠାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ଉନ୍ନତ ଥିବା ଇଟାଲୀର ମେଡିକାଲରେ ଏବେ ଆଉ ଜାଗା ନାହିଁ । ଜରୁରୀ ସାମଗ୍ରୀ ସହ ମେଡିକାଲରେ ଔଷଧ ଅଭାବ ଦେଖାଗଲାଣି ।

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

ଭାରତ କଥା ଚିନ୍ତା କରିବା ମୁସ୍କିଲ୍

ପୂରା ୟୁରୋପ କରୋନା ଭାଇରସ୍ ଆଗରେ ବେହୋସ୍ ହୋଇ ପଡ଼ିଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ଅସହାୟ । କାନ୍ଦୁଥିବା ଚୀନର ସ୍ଥିତି ଏବେ ନିୟନ୍ତ୍ରଣ ଭିତରେ । ଏହି ସମସ୍ତ ଦେଶର ସ୍ୱାସ୍ଥ୍ୟସେବା ଭାରତ ଠାରୁ ଢେର୍ ମଜଭୁତ୍ । କରୋନା ବିରୋଧରେ ଚାଲିଥିବା ଯୁଦ୍ଧ କେବଳ ସରକାରୀ ସ୍ତରରେ ଜିତିହେବ ନାହିଁ । ଯଦି, ଏମିତି ହୋଇଥାନ୍ତା ତେବେ ବିଶ୍ୱର ବଡ଼ ବଡ଼ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରଙ୍କ ଅବସ୍ଥା ଏତେ ଖରାପ ହୋଇନଥାନ୍ତା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଘରେ ରହିବା ହିଁ ସବୁଠୁ ବଡ଼ ଦେଶଭକ୍ତି ଓ ଦେଶ ସେବା ହୋଇପାରିବ । ଯାହାକି ଆପଣଙ୍କ ସହ ବଞ୍ଚାଇପାରିବ ବହୁ ଅମୂଲ୍ୟ ଜୀବନ । ଯଦି, ନମାନିବେ ତା ହେଲେ ସମୟ ଆମ ହାତରୁ ଖସିଯିବ ଏବଂ ଅକଳ୍ପନୀୟ ମୃତ୍ୟୁର ବିଭୀଷିକାକୁ ସାମନା କରିବାକୁ ପଡ଼ିବ ।

Odisha LockDown Day-2

#ନିବେଦନ_ଏବେ_ନିର୍ଦ୍ଦେଶ_ପାଲଟିଛି କରୋନାକୁ ପାଖ ମଡ଼ାଇ ନଦେବାକୁ ଚାଲିଛି କବାଟ କିଳି ଘରେ ରୁହ ଅଭିଯାନ । ରାଜ୍ୟରେ ଆଜି ଲକ୍‌ଡ଼ାଉନ୍‌ ଜିଲ୍ଲା ଓ ସହର ସଂଖ୍ୟା ବଢିଛି । ଏବେ ଅଧା ଓଡ଼ିଶା ଲକ୍‌ଡାଉନ୍‌ । କଟକଣାକୁ କଡ଼ାକଡ଼ି ଲାଗୁ କରୁଛି ପୋଲିସ ।#NandighoshaTV #LockDown #CoronaVirus

Nandighosha TV यांनी वर पोस्ट केले सोमवार, २३ मार्च, २०२०

Leave a Reply