କନ୍ଧମାଳରେ ସାମ୍ନାକୁ ଆସିଲା ନୂଆ ମାମଲା ।
ସ୍ବାମୀ ନାମରେ ସ୍ତ୍ରୀ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । କୋଟଗଡ଼ ଥାନା କେସ୍ ନଂ -୨୫୮/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଜନୈକ ମହିଳାଙ୍କ ସହ ଅଭିଯୁକ୍ତ ସ୍ବାମୀ କୋଟଗଡ଼ ଥାନା ମଧୁଗୁଡ଼ାର ଗୁରୁକୃପା ପରାସେଠଙ୍କ ଦୀର୍ଘ ୫ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ ଫେବ୍ରୁଆରୀରେ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ଗୁରୁକୃପା ସମ୍ପର୍କ ରଖିଥିବା କଥା ସ୍ତ୍ରୀ ଜାଣିବାକୁ ପାଇଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିଥିଲା ସ୍ତ୍ରୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ସାମ୍ନାକୁ ଆସିଲା ନୂଆ ମାମଲା: ସ୍ବାମୀଙ୍କ ନାମରେ ସ୍ତ୍ରୀଙ୍କ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ

