ସ୍ବାମୀକୁ ରାତି ଅଧରେ ହାଣି ଫେରାର ସ୍ତ୍ରୀ, ହତ୍ୟା କାରଣ ଅସ୍ପଷ୍ଟ

ବଲାଙ୍ଗୀର: ତୁଷୁରାରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଲେ ତୁଷୁରା ଥାନା ମହିପୁରର ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ସିଂ ଭୋଇ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରାତି ୩ଟାରେ ପାଟିତୁଣ୍ଡ ଶୁଣି ପରିବାର ଲୋକେ ଦେଖିବାକୁ ଗଲାବେଳେ, ଦିବ୍ୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡିଥିଲା ।

ଏକ ଟାଙ୍ଗିଆରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଯଶୋଦା ଫେରାର୍ ମାରିଛି । ରାତିରେ ହିଁ ପରିବାର ଲୋକେ ଦିବ୍ୟଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ହତ୍ୟାକାରୀ ସ୍ତ୍ରୀର ମାନସିକ ଅବସ୍ଥା ଠିକ୍ ନଥିବା ପରିବାର ଲୋକ କହିଛନ୍ତି ।