spot_img

Latest Posts

ପ୍ରେମିକ ସହ ମିଶି ଏମିତି କରିଥିଲା ସ୍ବାମୀର ହତ୍ୟାର ପ୍ଲାନ୍

ଗୁଜୁରାଟ : ଜଘନ୍ୟ କାଣ୍ତ.., ବୀଭତ୍ସ ହତ୍ୟା  ।  ପ୍ରେମ ହେଲା ବଡ଼, ସ୍ବାମୀ ହେଲା ପଛ । ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ବିବାହ କରିଥିଲେ ତାକୁ ମାରିବାକୁ ପଛାଇଲେ ନାହିଁ। ପ୍ରେମିକ ସହ ମିଶି ସ୍ବାମୀକୁ କଲେ ହତ୍ୟା। ବିବାହର ମାତ୍ର ୪ ଦିନ ପରେ ସ୍ବାମୀକୁ କଲେ ହତ୍ୟା। ଏଭଳି ଜଘନ୍ୟ କାଣ୍ତ ଘଟିଛି ଗୁଜୁରାଟର ଗାନ୍ଧିନଗରରେ। ତେବେ ଶନିବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି।

ମୃତ ଯୁବକ ଭବିକ ଅହମ୍ମଦାବାଦ ନିବାସୀ ଥିଲେ। ସେ ଗାନ୍ଧିନଗରର ପାୟଲଙ୍କୁ ବିବାହ କରିଥିଲେ। ବିବାହର ୪ ଦିନ ପରେ ତିନି ଜଣ ଲୋକ ଭବିକଙ୍କୁ ଅପହରଣ କରି ହତ୍ୟା କରିଥିଲେ। ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପାୟଲ ତାଙ୍କ ସମ୍ପର୍କୀୟ କଳ୍ପେଶଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ପାୟଲ ବିବାହ ପୂର୍ବରୁ କଳ୍ପେଶଙ୍କୁ ପ୍ରେମ କରୁଥିଲେ।

କେମିତି ହେଲା ଭବିକଙ୍କ ମୃତ୍ୟୁ ?

ଭବିକ ପାୟଲଙ୍କୁ ଆଣିବା ପାଇଁ ତାଙ୍କ ବାପାଙ୍କ ଘରକୁ ଯାଇଥିଲେ । କିନ୍ତୁ ତାଙ୍କ ଘରେ ପହଞ୍ଚି ନଥିଲେ ଭବିକ। ପହଞ୍ଚିବା ଡେରି ହେବା ପରେ ଭବିକଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ ପାୟଲଙ୍କ ବାପା। ଭବିକଙ୍କ ପିତା କହିଥିଲେ ଯେ ତାଙ୍କ ପୁଅ ବହୁ ସମୟ ହେଲାଣି ଘରୁ ବାହାରି ଗଲେଣି । ଏହା ପରେ ପାୟଲଙ୍କ ବାପା ଓ ଭବିକଙ୍କ ବାପା ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ଖୋଜାଖୋଜି ସମୟରେ ସେମାନେ ଏକ ବାଇକ୍ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହା ଭବିକଙ୍କ ବୋଲି ଜଣା ପଡ଼ିଥିଲା । ନିକଟସ୍ଥ ଲୋକମାନେ କହିଥିଲେ ଯେ ବାଇକ୍ ଚଳାଉଥିବା ଯୁବକ ଜଣଙ୍କୁ ତିନି ଜଣ ଅପହରଣ କରି ନେଇଥିଲେ। ପ୍ରଥମେ ଯୁବକ ଜଣଙ୍କୁ ଏକ କାର ଧକ୍କା ଦେଇ ତଳେ ପକାଇଥିଲା  । ଏହା ପରେ ତାଙ୍କୁ ଅପହରଣ କରାଯାଇଥିଲା ।

ଏହା ପରେ ପାୟଲଙ୍କ ପରିବାର ପୋଲିସ ସହ ଯୋଗାଯୋଗ କରିଥିଲେ। ପାୟଲଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ପାୟଲ ସ୍ୱୀକାର କରିଥିଲେ ଯେ ସେ ହିଁ ଭବିକଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ପାୟଲ ଦେଇଥିବା ସୂଚନାକୁ ଭିତ୍ତି କରି ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। କଳ୍ପେଶ କହିଛନ୍ତି ଯେ ସେ ଅନ୍ୟ ଦୁଇ ଜଣଙ୍କ ସହ ଭବିକଙ୍କୁ ଅପହରଣ କରିଥିଲେ। ସେ ନିଜେ ଭବିକଙ୍କ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ଶବକୁ ନର୍ମଦା କେନାଲରେ ଫିଙ୍ଗି ଦେଇଥିଲେ ।

 

ତେବେ ପାୟଲଙ୍କ କହିବା ଅନୁଯାୟୀ, ସେ କଳ୍ପେଶଙ୍କୁ ଭଲ ପାଆନ୍ତି, କିନ୍ତୁ ତାଙ୍କ ପିତାମାତା ତାଙ୍କୁ ଭବିକଙ୍କ ସହ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରିଥିଲେ।  ତେବେ ଏହି ଘଟଣାରେ ପାୟଲଙ୍କୁ ମଧ୍ୟ ଗିରଫ କରାଯାଇଛି।

Latest Posts

Don't Miss