ସ୍ତ୍ରୀ ହାତ କାମ କରୁନଥିଲା,ସ୍ୱାମୀ ସୁପାରି ଦେଇ କଲା ହତ୍ୟା

1 min read

ମୁଙ୍ଗେର: ୩୬ ଘଣ୍ଟାରେ ହତ୍ୟାକାରୀକୁ ଧରିଲା ପୋଲିସ । ବିହାରର ମୁଙ୍ଗେରରେ ନଭେମ୍ବର ୧୫ରେ ହୋଇଥିବାଦୀପିକା ଶର୍ମା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା । ୩୬ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡରେ ଦୋଷୀକୁ ଗିରଫ କରିଛି ବିହାର ପୋଲିସ । ହତ୍ୟାର  ଷଡ଼ଯନ୍ତ୍ର ରଚିବା ମାମଲାରେ CISFରେ କାର୍ଯ୍ୟରତ ଦୀପିକା ଶର୍ମାଙ୍କ ପତିଙ୍କ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ଦୁର୍ଘଟଣାରେ ମୃତକ ଦୀପିକା ଶର୍ମାଙ୍କ ହାତରେ ଗୁଳି ବାଜିବାରୁ ତାଙ୍କ ହାତ ଆଉ କାମ କରିନଥିଲା । ହାତ କାମ ନକରିବାରୁ ତାଙ୍କ ସ୍ବାମୀ ରଗିଯାଇ ଏକ ଲକ୍ଷ ୨୦ ହଜାର ଦେଇ ତାଙ୍କ ସ୍ତ୍ରୀର ହତ୍ୟା କରିଥିଲେ । କାସିମ ବଜାର ଥାନାରେ ହୋଇଥିବା ମହିଳାଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସ ଅଧୀକ୍ଷକ ଜଗନ୍ନାଥରେଡୀ ଜଲା ରେଡ୍ଡୀ କହିଛନ୍ତି କି ସୋମବାର ସକାଳେ ଦୀପିକା ଶର୍ମାଙ୍କୁ ଅପରାଧୀ ଗୁଳି କରି ହତ୍ୟା କରିଥିଲେ । ଯାହାକୁ ନେଇ ମୃତକ ଦୀପିକା ଶର୍ମାଙ୍କ ଭାଇ କୁମାର ଭାନୁଙ୍କ ବୟାନକୁ ନେଇ ପୋଲିସ କେସ୍ ରଖିଥିଲା ଏବଂ ତଦନ୍ତ କରିଥିଲା ।

ଏହି ହତ୍ୟାକାଣ୍ଡ ମାମଲାରେ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ଟିମ୍ ତଦନ୍ତ ଆରମ୍ଭରେ ଏହି ହତ୍ୟାକାଣ୍ଡରେ ପରିବାରର ହାତ ଥିବା ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ  ମୃତକ ଛୋଟୁ ଶର୍ମା, ସସୁର ରାଜୀବ କୁମାର ଓ ଦିଅର ସୁମିତ କୁମାରଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲେ । କାହିଁକି ନା ହତ୍ୟାକାଣ୍ଡ ଦିନ ଛୋଟୁ ଓ ସୁମିତ  ଘରେ ଥିଲେ । କଲ ଡିଟେଲ୍ସ ଆଧାରରେ କୋଟଓ୍ବାଲୀ ଥାନା ଅଞ୍ଚଳରେ ରହୁଥିବା ଶୁଟର ଗୌତମ କୁମାର, ସଞ୍ଜୀବ କୁମାର ଏବଂ ପତଲୁଙ୍କ ବିଷୟରେ ହୋଇଥିବା କଥାବର୍ତ୍ତା ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ସେହି ତିନି ଜଣଙ୍କ ଘରେ ରେଡ କରିଥିଲା ଏବଂ ଗୌତମ ଓ ସଞ୍ଜୀବଙ୍କ ଘରୁ ଗିରଫ କରିଥିଲା । କିନ୍ତୁ ପତଲୁ ଏବେ ବି ଫେରାର ରହିଛି ।

ଗିରଫ ହୋଇଥିବା ଶୁଟର ଗୌତମ କୁମାରଙ୍କୁ ଯେତେବେଳେ ପୋଲିସ ପଚରା ଉଚରା କରିଥିଲା କି ସେତେବେଳେ ସେ ଏହି ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ଥିବା ସ୍ବୀକାର କରିଥିଲା । ଗୌତମ କହିଥିଲା କି ସୁମିତ କୁମାର ଏକ ମାସ ପୂର୍ବେ ଫୋନ କରି କହିଥିଲେ କି ମୋର ଭାଇ ରବି କୁମାର CISFରେ କାର୍ଯ୍ୟ କରନ୍ତି । ସେ ତାଙ୍କ ପତ୍ନୀଙ୍କ ହତ୍ୟା କରିବାକୁ ଚାହୁଁଥିଲେ । ତେବେ ଏହି ହତ୍ୟାକାଣ୍ଡ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ସ୍ଥିର ହୋଇଥିଲା । ଏହା ପରେ ସୁମିତ ତାଙ୍କ ଫୋନରେ ଗୌତମ ସହ ରବି କୁମାର ସହ କଥା ମଧ୍ୟ କରିଥିଲା ଏବଂ ଆଡଭାନ୍ସ ୨୦ ହଜାର ଦେଇଥିଲେ । ମୁଙ୍ଗେର ଏସପି ଜଗନ୍ନାଥରେଡୀ ଜଲା ରେଡ୍ଡୀ କହିଛନ୍ତି କି ୨୦୧୭ ମସିହାରେ ମୃତକ ଦୀପିକା ଶର୍ମାଙ୍କ ବାପ ଘରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ମୃତକ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଦୀପିକାଙ୍କ ବାମ ହାତରେ ଗୁଳି ବାଜିଥିଲା । ଯେଉଁଥି ପାଇଁ ତାଙ୍କ ବାମ ହାତ କାମ କରିବା ବନ୍ଦ କରିଦେଇଥିଲା । ଯେଉଁଥି ପାଇଁ ଦୀପିକାଙ୍କ ଶାଶୁଘରେ ତାଙ୍କ ପସନ୍ଦ କରିନଥିଲେ । ଏଥିପାଇଁ ଦୀପିକାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକ ଦୀପିକାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ । ତେବେ ସୋମବାର ଦୀପିକାଙ୍କ ଉପରେ ଭାରୀ ଗୁଳିବର୍ଷା କରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାରେ ଦୀପିକାଙ୍କ ପତି, ତାଙ୍କ ଦୁଇ ଭାଇ ଓ ଦୁଇ ଜଣ ଶୁଟରଙ୍କୁ ଗିରଫ କରିଛି ପୋଲିସ ।

 

 

Leave a Reply