ମଧ୍ୟପ୍ରଦେଶର ମଣ୍ଡଲା ପୋଲିସ ଛାତି ଥରାଇଦେବା ଭଳି ଏକ କଳାକାରନାମାର ପର୍ଦ୍ଦାଫାସ କରିଛି । ଏହି ହତ୍ୟାକାଣ୍ଡ କୌଣସି ଫିଲ୍ମ ସ୍କ୍ରିପ୍ଟ ଠାରୁ କମ୍ ନୁହେଁ । ଏହି ହତ୍ୟାକାଣ୍ଡକୁ ନେଇ ପୋଲିସ ଖୁଲାସା କରିଛି ଯେ, ମୃତକଙ୍କ ପତ୍ନୀ ହିଁ ନିଜର ପ୍ରେମିକଙ୍କ ସହ ମିଶି ନିଜର ପତିଙ୍କୁ ହତ୍ୟା କରିଥିଲେ । ଜିଲ୍ଲାର ଟିକାରିଆ ଥାନା ଅଞ୍ଚଳରେ ଫେବୃଆରୀ ୧୪ ତାରିଖରେ କୁଡ଼ାମୈଲୀ ଗାଁ ନିକଟରେ ମଧୁବନ ଢାବା ଆଗରେ ଜଣେ ଯୁବକଙ୍କ ଶବ ମିଳିଥିଲା । ମୃତକ ଜଣଙ୍କ ଜବଲପୁରର ସୁମିତ କାଛି ବୋଲି ଚିହ୍ନଟ ହୋଇଥିଲା । ପୋଲିସ ଯେତେବେଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା, ସେତେବେଳେ ପତ୍ନୀ ଜମୁନା ଓରଫ କବିତା ପଚରାଉଚରା ପୂର୍ବରୁ ପୋଲିସକୁ ଗୁମରାହ କରିବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଯଥାସମ୍ଭବ ସବୁ ସତ ପଦାକୁ ଆଣିଥିଲା ।
ମହିଳା କହିଥିଲେ, ପଡ଼ୋଶୀ ସୂର୍ଯ୍ୟକାନ୍ତ ତ୍ରିପାଠୀଙ୍କ ସହ ତାଙ୍କର ସମ୍ବନ୍ଧ ରହିଥିଲା । ଆପତ୍ତି କରିବାରୁ ପତିଙ୍କୁ ରାସ୍ତାର ହଟାଇବାକୁ ସେ ଷଡ଼ଯନ୍ତ୍ର ରଚିଥିଲେ । ନିଜର ପ୍ରେମିକଙ୍କ ସହ ମିଶି ସେ ସ୍ବାମୀଙ୍କୁ ହତ୍ୟା କରିଥିବା ମହିଳା କହିଥିଲେ । ଧାର୍ଯ୍ୟ ସମୟରେ ସେ ପତିଙ୍କୁ ଧରି ଫେବୃଆରୀ ୧୧ରେ ସନ୍ଧ୍ୟା ସମୟରେ ଜବଲପୁରରୁ ମଣ୍ଡଲା ଆଡ଼କୁ ଯାଇଥିଲେ । ମଧୁବନ ଢାବା ନିକଟରେ ସୂର୍ଯ୍ୟକାନ୍ତ ପୂର୍ବରୁ ଉପସ୍ଥିତ ଥିଲେ । ସେହି ସମୟରେ ସେମାନଙ୍କର ପରସ୍ପର ମଧ୍ୟରେ ବିବାଦ ହୋଇଥିଲା । ବିବାଦ ସମୟରେ ସୂର୍ଯ୍ୟକାନ୍ତ କ୍ରିକେଟ ବ୍ୟାଟରେ ସୁମିତଙ୍କ ଉପରେ ଆକ୍ରମଣ କରିଥିଲେ । ତା’ପରେ ସୁମିତଙ୍କ ପତ୍ନୀଙ୍କ ସହଯୋଗ କରିବା ବାହାନାରେ ହତିଆରରେ ସୁମିତଙ୍କୁ ହତ୍ୟା କରିଥିଲେ । ତା’ପରେ ଶବକୁ ଫୋପାଡ଼ି ଦୁହେଁ ଫେରାର ହୋଇଯାଇଥିଲେ । ୧୩ ଫେବଆରୀରେ ମୃତକଙ୍କ ଭାଇ ରିପୋର୍ଟ ଦାଖଲ କରିଥିଲେ ଓ ଭାଉଜଙ୍କ ଉପରେ ସନ୍ଦେହ କରିଥିଲେ । ପରେ ଦୁଇ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥିଲେ ।

