ନନ୍ଦିଘୋଷ ବ୍ୟୁରୋ: ଚିଲିରେ ଜଙ୍ଗଲ ନିଆଁ। ଦକ୍ଷିଣ ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ନିଆଁ ଲାଗି ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହଜାର ହଜାର ଲୋକ ଘର ଛାଡ଼ି ପଳାୟନ କରିଛନ୍ତି। ଜଙ୍ଗଲ ନିଆଁ ଜନବସତି ଆଡକୁ ମାଡିଆସିଛି। ଶହ ଶହ ସଂଖ୍ୟାରେ ଘର ଜଳିଯାଇଛି।
ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ନୁବଲେ ଅଞ୍ଚଳକୁ ବିପଦ ଅବସ୍ଥାରେ ଥିବା ଘୋଷଣା କରିଛନ୍ତି। ଦୁଇ ଦିନ ଧରି ଏଠାରେ ଲାଗିଛି ନିଆଁ। ଏହି ଦୁଇ ଅଞ୍ଚଳରେ ଅତି କମରେ ୧୪ଟି ଜଙ୍ଗଲରେ ଲାଗିଛି ନିଆଁ। ଅଧିକାଂଶ ମୃତ୍ୟୁ ଉପକୂଳବର୍ତ୍ତୀ ସହର ପେଙ୍କୋରେ ଘଟିଛି ବୋଲି ସ୍ଥାନୀୟ ମେୟର କହିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନୀଶମବାହିନୀ ଉଦ୍ୟମ ଜାରି ରଖିଛି।

