spot_img

Latest Posts

ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲାରେ ମୁକୁଳି ପାରୁନାହାଁନ୍ତି ଆର୍ଯ୍ୟନ୍‌, ଆଜି ଜାମିନ୍ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ରେଭପାର୍ଟି ଡ୍ରଗସ ମାମଲା। ଆଜି ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନର ହେବ ଶୁଣାଣି। ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ବମ୍ବେ ହାଇକୋର୍ଟ। ଆର୍ଯ୍ୟନଙ୍କୁ ବେଲ୍ ମିଳିବ ନା ପୁଣି ସେ ଜେଲରେ ରହିବେ ଆଜି ଆସିବ ଚୂଡାନ୍ତ ରାୟ। ତେବେ ଆର୍ଯ୍ୟନଙ୍କୁ ଆଜି ବେଲ୍ ମିଳିଲେ ମଧ୍ୟ ସେ ଆସନ୍ତା ୩୦ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ। ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ଆବେଦନ ଖାରଜ ହୋଇସାରିଛି, ଏଣୁ ଆଜି ବେଲ୍ ମିଳିବା ନେଇ ଆଶାବାଦୀ ଅଛନ୍ତି ଆର୍ଯ୍ୟନ ଓ ତାଙ୍କ ପରିବାର।

ତେବେ ବେଲ୍ କୁ ବିରୋଧ କରିବ ଏନସିବି। ମିଳିଥିବା ପ୍ରମାଣ ଆଧାରରେ ଜାମିନ୍ ଆବେଦନ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିବ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ। ପୂର୍ବରୁ ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ। ଏହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଆଇନଜୀବୀ। କ୍ରୁଜ ରେଭପାର୍ଟିରେ ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ୍।

Latest Posts

Don't Miss