ସ୍କାନରରେ ରହିବ ଅଧିକ ସଂକ୍ରମିତ ଜିଲ୍ଲା: ଜୀବନ ଜୀବିକା ଉପରେ ବିଚାର କରିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ରାଜ୍ୟରେ କମୁନି ଭୁତାଣୁର ଭୟାବହତା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଆରମ୍ଭରୁ କଠୋର ପଦକ୍ଷେପ ନେଇଛନ୍ତି । ଆବଶ୍ୟକ ଅନୁସାରେ କଣ୍ଟେନମେଣ୍ଟ, ଲକଡାଉନ୍ ଏବଂ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । କିନ୍ତୁ ଏସବୁର ଅବଧି ଦିନକ ପରେ ସରିବାକୁ ଯାଉଛି । ସରକାରଙ୍କ ପଦକ୍ଷେପକୁ ବିରୋଧି ପ୍ରଶଂସା କରିବା ସହ ଆଗକୁ ସବୁଦଳର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

ବିଜେଡି କହିଛି ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି । ଦିନକ ପରେ ସରିବ କରୋନା ପାଇଁ ଲାଗିଥିବା ଲକଡାଉନ୍‌ ଏବଂ ସପ୍ତାହିକ ସଟ୍‌ଡାଉନ୍‌ । ସେପଟେ ଜୁଲାଇ ମାସ ସଂକ୍ରମଣ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାସ । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସବୁଠୁ ଭଲ କାମ କରିଆସିଛନ୍ତି । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି । ମୃତ୍ୟୁସଂଖ୍ୟା ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅଛି ।

କିନ୍ତୁ ଜୁଲାଇ ମାସ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେବେ ସେଥିପାଇଁ ସବୁ ଦଳର ନେତା ଏବଂ ଅଭିଜ୍ଞତା ରଖିଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିୟନ୍ତୁ । କେବଳ ସଟଡାଉନ୍ ନକରି ଜୀବନ ଜୀବିକା ଉପରେ ବିଚାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।

ସେପଟେ ଶାସକ ଦଳ କହିଛି, ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଦେଶପାଇଁ ରୋଲ୍ ମଡେଲ୍ ହୋଇଛି । ସରକାର ତରବରିଆ ଭାବେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ । ପରିସ୍ଥିତି, ସାଧାରଣ ଲୋକଙ୍କ ସ୍ୱର୍ଥକୁ ବିଚାର କରି ସରକାର ସବୁବେଳେ ନିଷ୍ପତ୍ତି ନିଅନ୍ତି ।

 

ବତ୍ତର୍ମାନର ସ୍ଥିତି ଦେଖି ଓ ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନିଆଯାଉଛି ବୋଲି ବିଜେଡି କହିଛି । କରୋନା ସଂକ୍ରମଣ ଜୁଲାଇ ମାସରେ ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ସରକାର ଆଗକୁ କିଭଳି ପଦକ୍ଷେପ ନେବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

Leave a Reply