spot_img

Latest Posts

ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ସଞ୍ଜୟ ଦତ୍ତ?

ନୂଆଦିଲ୍ଲୀ: ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍ ଅଭିନେତା ସଞ୍ଜୟ ଦତ୍ତ ।

ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି। ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ । ଏହା କେବଳ ଏକ ଗୁଜବ ବୋଲି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ରେ କହିଛନ୍ତି, ‘କୌଣସି ବି ଦଳରେ ମୁଁ ସାମିଲ ହେବାକୁ ଯାଉନାହିଁ। ଯଦି ମୁଁ ରାଜନୀତିରେ ଏଣ୍ଟ୍ରି କରିବି ତେବେ ମୁଁ ନିଜେ ଏନେଇ ଘୋଷଣା କରିବି। ଦୟାକରି ଏଭଳି ଗୁଜବଠାରୁ ଦୂରେଇ ରହୁନ୍ତୁ। ଉଡା ଖବର ତଥା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟଙ୍କ ବିରୋଧରେ ସେଲେବ୍ରିଟି କାର୍ଡ ଖେଳିପାରେ। ଏଥିପାଇଁ ହାଇକମାଣ୍ଡ ସଞ୍ଜୟ ଦତ୍ତଙ୍କ ନାଁ ଉପରେ ମୋହର ମାରି ସାରିଛନ୍ତି’’।

ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ। ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ହରିଆଣା ସହ ସଞ୍ଜୟ ଦତ୍ତଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏଠାକାର ଯମୁନାନଗରରେ ତାଙ୍କ ପୈତୃକ ଘର ଅଛି। ତେଣୁ ଏଠୁ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା।

Latest Posts

Don't Miss