କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଆଣିପାରେ ତୃତୀୟ ଲହର

1 min read
Delta Plus Variant Case In Odisha Man Lists What Helped Him Recover

ନୂଆଦିଲ୍ଲୀ: ଦ୍ବିତୀୟ ଲହରର ବିପଦ ଟଳିନି । ସେପଟେ ମୁଣ୍ଡ ଟେକିଲାଣି ତୃତୀୟ ଲହର ବିପଦ । ତେବେ ଭୟଙ୍କର ଭାରିଆଣ୍ଟ ଡେଲଟା ପ୍ଲସ ହିଁ ତୃତୀୟ ଲହର ଆଣିପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲଟା ଷ୍ଟ୍ରେନର ମ୍ୟୁଟାଣ୍ଟ ଭର୍ସନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେରଳରେ ଠାବ ହେଲାଣି ।

ଏହି ଭାରିଆଣ୍ଟ ବିରୋଧରେ ସେପରି ପ୍ରତିରୋଧକ ବ୍ୟବସ୍ଥା ନଥିବାରୁ ଏହା ଭବିଷ୍ୟତରେ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଏହି ଭାରିଆଣ୍ଟର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ କେନ୍ଦ୍ର ସରକାର ଏହି ତିନି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନିଷ୍ଟ୍ରେସନର ମୁଖ୍ୟ ଭି.କେ. ପଲ କହିଛନ୍ତି- ଭାରିଆଣ୍ଟ ଏବେ ସୀମିତ ସ୍ଥାନରେ ଅଛି ।

ଏହା ଯେପରି ପରିବ୍ୟାପ୍ତ ନ ହେବ ସେଥିଲାଗି ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ପଡିବ । ମହାରାଷ୍ଟ୍ରରେ ସମ୍ପ୍ରତି ତୃତୀୟ ଲହରର ପଦଧ୍ବନି ଶୁଭିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ବର୍ତ୍ତମାନ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ରୁଷ ଓ ଚୀନରେ ଡେଲଟା ପ୍ଲସ ଠାବ ହୋଇଛି ।

Leave a Reply