ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା 3ରୁ 4 ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ସହ ଅଧିକାଂଶ ଜିଲ୍ଲାରେ ସାମାନ୍ୟ କୁହୁଡି ଦେଖିବାକୁ ମିଳିଛ । ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀର ୯ ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply