ଶୀତରେ ଥରହର ଓଡ଼ିଶା, ଆହୁରି କମିବ ତାପମାତ୍ରା

1 min read

ଭୁବନେଶ୍ବର: ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ  । ୪୮ ଘଣ୍ଟା ମଧ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ରାତ୍ରି ତାପମାତ୍ରା । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ୩୦ ତାରିଖ ଯାଏଁ ରହିବ ପ୍ରଭାବ । ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ରେକର୍ଡ ହେବା ସମ୍ଭାବନା ରହିଛି ।

୨୪ ଘଣ୍ଟା ଭିତରେ ୬ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୩୦ ଓ ୩୧ ତାରିଖ ପାଇଁ ୧୦ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ନୂଆପଡା, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆବଶ୍ୟକୀୟ  ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

Leave a Reply