ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆସିବ ଶୀତ

1 min read

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆସିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପରେ ଉପକୂଳ ଓଡ଼ିଶାରେ ଶୀତ ଅନୂଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପ୍ରଥମ ସପ୍ତାହରେ ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, କୋରାପୁଟ ଆଦି ଅଞ୍ଚଳରେ ଶୀତ ଆସିବ । ପରେ ଉପକୂଳ ଓଡ଼ିଶାର ପୁରୀ, କଟକ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ କମିବ ତାପମାତ୍ରା।

ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହେବ ।

ଗତବର୍ଷ ଭଳି ଏବର୍ଷ ମଧ୍ୟ ଶୀତ ଠିକ୍‌ ସମୟରେ ଆସିବ ବୋଲି ପାଣିପାଗ କେନ୍ଦ୍ର କହିଛି । ')}

Leave a Reply