ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରିବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା। ପରେ ଆରମ୍ଭ ହେବ ଗୃହର ନିୟମିତ କାର୍ଯ୍ୟ। ଆସନ୍ତା ଜାନୁଆରୀ ୮ ଯାଏ ଚାଲିବ ସେସନ। ପ୍ରଶାସନିକ ସ୍ବଚ୍ଛତା, ଆର୍ଥିକ ବିକାଶ ଆଦି ପ୍ରସଙ୍ଗରେ ଗୃହରେ ହେବ ଆଲୋଚନା। ଗୃହରେ ସକାରାତ୍ମକ ଆଲୋଚନା କରିବା ଲାଗି ଆହ୍ବାନ ଦେଇଛନ୍ତି ବାଚସ୍ପତି ବିଜେନ୍ଦର ଗୁପ୍ତା।
ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁରକ୍ଷା ଲାଗି ବି ସେ ଆହ୍ବାନ ଦେଇଛନ୍ତି। ଏହି ଅଧିବେଶନ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଳୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ କାଳରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ। ସ୍ବାସ୍ଥ୍ୟ, ଶିକ୍ଷା, ଶକ୍ତି, ଜଳ, ପରିବହନ, ଅର୍ଥ, ନଗର ଉନ୍ନୟନ ପ୍ରସଙ୍ଗରେ ଗୃହରେ ବି ବିଶେଷ ଆଲୋଚନା ହେବ।

