୨ୟ ସପ୍ତାହରେ ଆସିବ ଶୀତ: ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା, ପରେ…

1 min read

ନଭେମ୍ବର ୟ ସପ୍ତାହରେ ଆସିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପରେ ଉପକୂଳ ଓଡ଼ିଶାରେ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମ ସପ୍ତାହରେ ସୁନ୍ଦରଗଡ, ନବରଙ୍ଗପୁର, ଫୁଲବାଣୀ, ନୟାଗଡ, ଦାରିଙ୍ଗବାଡି, କନ୍ଧମାଳ, କୋରାପୁଟ ଆଦି ଅଞ୍ଚଳରେ ଶୀତର ପ୍ରକୋପ ଦେଖାଦେବ । ପରେ ଉପକୂଳ ଓଡ଼ିଶାର ପୁରୀ, କଟକ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ ତାପମାତ୍ରା କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କିନ୍ତୁ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଘଡଘଡି, ବିଜୁଳି ସମେତ ବର୍ଷା ହେବ । ବିଶେଷ କରି ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଶୀତ ଠିକ୍‌ ସମୟରେ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

')}

Leave a Reply