spot_img

Latest Posts

ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ ଦିନ ସ୍କୁଲ ଛୁଟି

ନୂଆଦିଲ୍ଲୀ : ଦିଲ୍ଲୀରେ ୫ ଦିନ ସ୍କୁଲ ବନ୍ଦ । ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଶିକ୍ଷା ବିଭାଗର ନିର୍ଦ୍ଦେଶ । ପ୍ରବଳ ଶୀତ ଲହରୀ କାରଣକୁ ଦିଲ୍ଲୀରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଶୀତ ଦିନ ଛୁଟିକୁ ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବୃଦ୍ଧି କରିଛନ୍ତି। ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀ ଏହି ସୂଚନା ଦେଇଛନ୍ତି। ଗତକାଲି ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ଯନ୍ତ ସ୍କୁଲ ଛୁଟି କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ଶିକ୍ଷା ବିଭାଗ।

ତେବେ ଏହି ଛୁଟିକୁ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ଏବଂ ଅଣ ଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟରେ ଲାଗୁ ହେବ । ଶୀତ ଲହରୀକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଥିବାରୁ ସତର୍କତାମୂଳକ ଏହି ପଦକ୍ଷେପ ଗ୍ରହଣ କରିଛି ଦିଲ୍ଲୀ ଶିକ୍ଷା ବିଭାଗ । ତେବେ ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲା ରହିବ।

Latest Posts

Don't Miss