ଆଜିଠୁ ରାଜ୍ୟରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ବର : ଆଜିଠୁ ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି  । ରାଜ୍ୟରେ ତାପମାତ୍ରା ବଢିବା ସହିତ ଶୀତ ସାମାନ୍ୟ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାତିର ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ପ୍ରଭାବରେ ଅନୁଭୂତ ହେଉଥିବା ଅସହ୍ୟ ଶୀତରୁ ତ୍ରାହି ମିଳିବ । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଛି ।

ରାଜ୍ୟର ୧୫ରୁ ଅଧିକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ ହେଉଛି । ଲଗାତାର କୋରାପୁଟର ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି  । ଫୁଲବାଣୀରେ ୫ଡିଗ୍ରୀ ପାଖାପାଖି ରହୁଛି ପାରା । ଆସନ୍ତା କାଲି ପରେ ତାପମାତ୍ରା ସ୍ବାଭାବିକକୁ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।