ତୃତୀୟ ପର୍ଯ୍ୟାୟରେ ହେଭିୱେଟଙ୍କ ଭାଗ୍ଯ ପରୀକ୍ଷା, ତାଲିକାରେ ଅନେକ ମନ୍ତ୍ରୀ ଓ ଚର୍ଚ୍ଚିତ ନେତା

1 min read

ନନ୍ଦିଘୋଷ ବ୍ୟୁରୋ : ତୃତୀୟ ପର୍ଯ୍ୟାୟରେ ନିର୍ଣ୍ଣିତ ହେବ ବହୁ ହେଭିୱେଟଙ୍କ ଭାଗ୍ଯ। ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୋନାଲ ପଟେଲ। ଏହି ଆସନରୁ ୨୦୧୯ରେ ବିଜୟୀ ହୋଇଥିଲେ ଅମିତ ଶାହ। ୧୯୯୮ରୁ ୨୦୧୯ ଯାଏ ସାଂସଦ ଥିଲେ ଲାଲକୃଷ୍ଣ ଆଡଭାନୀ ୧୯୯୬ରେ ଏହି ଆସନରୁ ବିଜୟୀ ହୋଇଥିଲେ ଅଟଳ ବିହାରୀ ବାଜପାୟୀ। ନର୍ଥ ଗୋଆରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ। ଗୁଜରାଟ ପୋରବନ୍ଦରରୁ ଲଢୁଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ।

ରାଜକୋଟରୁ ଲଢୁଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। କର୍ଣ୍ଣାଟକ ବିଦାରରୁ ଲଢୁଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଭଗୱନ୍ତ ଖୁବା। କର୍ଣ୍ଣାଟକ ଧାରବାଡରୁ ଲଢୁଛନ୍ତି କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ମଧ୍ଯପ୍ରଦେଶ ଗୁନାରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଦିଆ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂ ଯାଦବ। ମହାରାଷ୍ଟ୍ର ରତ୍ନଗିରି- ସିନ୍ଧୁଦୁର୍ଗରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ। କର୍ଣ୍ଣାଟକ ବେଲଗାଁରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗଦୀଶ ସେଟ୍ଟର। ବିଜେପିରୁ କଂଗ୍ରେସ, ପୁଣି କଂଗ୍ରେସରୁ ବିଜେପିକୁ ଆସିଛନ୍ତି ସେଟ୍ଟର।

କର୍ଣ୍ଣାଟକ ହାବେରିରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବାସବରାଜ ବୋମାଇ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ। ମଧ୍ଯପ୍ରଦେଶ ରାଜଗଡ଼ରୁ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଦିଗବିଜୟ ସିଂ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ରୋଦମାଲ ନାଗର। ମଧ୍ଯପ୍ରଦେଶ ବିଦିଶାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ସେ ଥିଲେ ରାଜ୍ଯର ୧୭ତମ ମୁଖ୍ଯମନ୍ତ୍ରୀ। କର୍ଣ୍ଣାଟକ ଶିବମୋଗାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ୟେଦ୍ଯୁରାପ୍ପାଙ୍କ ପୁଅ ବି. ୱାଇ. ରାଘବେନ୍ଦ୍ର। ସେହିପରି ସେହି ଆସନରୁ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବାଙ୍ଗାରପ୍ପାଙ୍କ କନ୍ଯା ଗୀତା ଶିବରାଜକୁମାର। ମହାରାଷ୍ଟ୍ର ବାରମତିରେ ଏଥର ଦେଖିବାକୁ ମିଳିବ ହାଇଭୋଲଟେଜ ଟକ୍କର। ପୂର୍ବତନ ମୁଖ୍ଯମନ୍ତ୍ରୀ ଶରଦ ପାୱାରଙ୍କ କନ୍ଯା ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା।

ଉତ୍ତରପ୍ରଦେଶ ମୈନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଜୟବୀର ସିଂ। ଯାଦବ ପରିବାର ଲାଗି ଗୁରୁତ୍ବପୂର୍ଣ୍ଣ ଆସନ ମୈନପୁରୀ। ୨୦୨୨ରେ ବିଜୟୀ ହୋଇଥିଲେ ଡିମ୍ପଲ ଯାଦବ। ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ ମୁଲାୟମ ସିଂ ଯାଦବ। ବର୍ତ୍ତମାନ ବି ମୈନପୁରୀରୁ ସାଂସଦ ଅଛନ୍ତି ଡିମ୍ପଲ। ଛତିଶଗଡ଼ ଦୁର୍ଗରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲଙ୍କ ପୁତୁରା ବିଜୟ ବଘେଲ। ଗୁଜରାଟ ନବସାରୀରୁ ଲଢୁଛନ୍ତି ବିଜେପି ରାଜ୍ଯ ସଭାପତି ସିଆର ପାଟିଲ।