spot_img

Latest Posts

ଯୁକ୍ତ ଦୁଇ ପରୀକ୍ଷାକୁ ଆଉ ୭ ଦିନ ବାକି ; ପ୍ରଶ୍ନପତ୍ର ଲିକକୁ ନେଇ ପୁଣି ଉଠିଲାଣି ନାନା ପ୍ରଶ୍ନବାଚୀ

ନନ୍ଦିଘୋଷ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାକୁ ଆଉ ମାତ୍ର ୭ ଦିନ ବାକି ଅଛି । ହେଲେ ପ୍ରଶ୍ନପତ୍ର ଲିକକୁ ନେଇ ଏବେଠାରୁ ସନ୍ଦେହ ଉପୁଜିଲାଣି । ପ୍ରଶ୍ନପତ୍ର ହବ ଭାବେ ଚିହ୍ନଟ ବିଜେବି ଜୁନିଅର କଲେଜ ଅଧ୍ୟକ୍ଷ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି । ଯେଉଁ ସିସିଟିଭିକୁ ଆଧାର କରି କପି ରୋକିବାର ଦାବି କରୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ସେହି ସିସିଟିଭି ଯୋଗୁଁ  ପ୍ରଶ୍ନପତ୍ର ଲିକ୍ ହେବା ନେଇ ଆଶଂକା ରହିଛି । ସେପଟେ ଏପରି ଘଟଣା ହେଲେ, କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ସିସିଟିଭି କପି ଧରିବ ନା ପ୍ରଶ୍ନପତ୍ର ଲିକ୍ କରିବ ? ୨୧୧ଟି ପରୀକ୍ଷା ପରିଚାଳନା ହବରେ ଏଆଇ କ୍ୟାମେରା ଓ ୧୩୫୭ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ପରୀକ୍ଷା ଅନିୟମିତତା ରୋକିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ଏହି ସିସିଟିଭି ପ୍ରଶ୍ନପତ୍ର ଲିକର ମାଧ୍ୟମ ପାଲଟିବା ନେଇ ଆଶଂକା ଦେଖା ଦେଇଛି । ପରୀକ୍ଷା ହବର ମୁଖ୍ୟମାନେ ଏପରି ସନ୍ଦେହ କରିଛନ୍ତି । ରାଜ୍ୟର ସବୁଠାରୁ ପ୍ରମୁଖ ହବ ବିଜେବି ଜୁନିଅର କଲେଜର ଅଧ୍ୟକ୍ଷ ଡକ୍ଟର ରଞ୍ଜନ ବଳ ସିସିଟିଭିକୁ ନେଇ ଚଞ୍ଚକତାର ଗନ୍ଧ ବାରିଛନ୍ତି । ସିସିଟିଭିରେ ଜଗିବାକୁ କୁହାଯାଇଛି । ହେଲେ କେହି ଚିନ୍ତା କରୁ ନାହାନ୍ତି ଯେ ସିସିଟିଭି ପ୍ରଶ୍ନ କ୍ୟାପଚର କରିଦେବ । ମୁଖ୍ୟ ମନିଟରିଂ ରୁମରେ କେହି ତାକୁ ଦେଖି ବାହାରେ କାହିଁକି ପ୍ରଘଟ କରି ପାରିବେନି ? ସଫ୍ଟୱେରରେ ସବୁ ହୋଇ ପାରିବ । ଏପରି କହି ପରୀକ୍ଷା ଦାୟିତ୍ବରେ ଥିବା ବ୍ୟକ୍ତି ବିଶେଷମାନେ ବି ଟାର୍ଗେଟକୁ ଆସିଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ପାଖରେ ତାଲା ଚାବି ରହିବା ଦରକାର । ସେପଟେ ସିଏଚଏସଇକୁ ଏଆଇ କ୍ୟାମେରା ଉପରେ ଭରସା ରହିଛି । ଏହାର ବ୍ୟତିକ୍ରମ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।

ଚଳିତ ଥର ନିର୍ଦ୍ଧାରିତ ତାରିଖ ବଦଳରେ ବିଳମ୍ବରେ ପହଞ୍ଚି ପାରେ ପ୍ରଶ୍ନପତ୍ର । ଆସନ୍ତା ଫେବୃଆରୀରେ ଟ୍ରେଡ ୟୁନିଅନ ଦେଇଥିବା ଭାରତ ବନ୍ଦ ଡାକରା ଯୋଗୁ ଏହା ୧୨ ତାରିଖରୁ ଯାଇ ପାରିବ ନାହିଁ । ଏଥିପାଇଁ ଦିନକ ବିଳମ୍ବ ହେବ । ପିଲାମାନେ ଯଦି ତିନି ଘଣ୍ଟା ପୂର୍ବରୁ ପରୀକ୍ଷା ହଲ ଛାଡ଼ିବେ, ସେମାନେ ନିଜ ସହ ପ୍ରଶ୍ନପତ୍ର ବାହାରକୁ ନେଇ ପାରିବେ ନାହିଁ । ସେଥିରେ ରୋଲ ନମ୍ବର ଲେଖା ହୋଇଥିବ । ଆଗୁଆ ଗଲେ ପ୍ରଶ୍ନପତ୍ର ଡିପୋଜିଟ କରି ଯିବାକୁ ପଡ଼ିବ । ପରୀକ୍ଷା ସରିବା ପରେ ସେମାନେ ଏହା ନେଇ ପାରିବେ । ଅନଲାଇନ ଖାତା ଦେଖା ହେଉଥିବାରୁ, ବିଜ୍ଞାନ ଓ ବାଣିଜ୍ୟ ପିଲା କେବଳ ବ୍ଲାକ ବଲ ପଏଣ୍ଟ ପେନ ବ୍ୟବହାର କରିବେ । କଳା ଓ ଧନ୍ଦାମୂଳକ ପିଲା ବ୍ଲୁ କିମ୍ବା ବ୍ଲାକ ପେନ ବ୍ୟବହାର କରି ପାରିବେ । ଡ୍ରେସ, ଜୋତା ଓ ଜ୍ଯାମିତି ବାକ୍ସ କଡ଼ାକଡି ଚେକିଂ ହେବ । ପୁଅ ଓ ଝିଅଙ୍କ ପାଇଁ ଅଲଗା ଅଲଗା ଏଣ୍ଟ୍ରି ପଏଣ୍ଟ ରହିବ । ଏସବୁ ଠିକ ଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ଯାଏ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ଏହା ୨୩ଟି ସିଟିଂରେ ଚାଲିବ । ଚଳିତ ବର୍ଷ ୪ ଲକ୍ଷ ୧ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ୍ କରିଛନ୍ତି ।

Latest Posts

Don't Miss