ପୁଣି ଲଜ୍ଜା, ଭୁବନେଶ୍ବର ଏମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ନର୍ସିଂ ଷ୍ଟାଫ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତର ଗିରଫ ଦାବିରେ ଖଣ୍ଡଗିରି ଥାନାରେ ସକାଳୁ ଲିଖିତ ଅଭିଯୋଗ ପରେ ବି ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନକୁ ଓହ୍ଲାଇଛି ଠିକା କର୍ମଚାରୀ ସଂଘ । ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଗତକାଲି ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀ । ଆଜି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ । ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ପରେ ବି ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ପୀଡିତା ଙ୍କୁ ନ୍ୟାୟ ନମିଳିବା ଯାଏ ଏମର୍ଜେନ୍ସି ବିଭାଗକୁ ଛାଡି ଏମ୍ସରେ ସମସ୍ତ କାମ ବନ୍ଦ ସହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି ଠିକା କର୍ମଚାରୀ ଚେତାବନୀ ଦେଇଛନ୍ତି ।