ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ; ବିରୋଧ କରିବାରୁ ସ୍ତ୍ରୀକୁ ପିଟିଲେ ଶ୍ୱଶୁର ଓ ଦେଢ଼ଶୁର

ଭୁବନେଶ୍ୱର: ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ବୋହୂକୁ ମାଡ ମାରିଲେ ଶ୍ୱଶୁର ଓ ଦେଢ଼ଶୁର। ଭୂବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ତେବେ ଶ୍ୱଶୁର ଓ ଦେଢ଼ଶୁର ମାଡ଼ ମାରିବା ସହିତ ମୋବାଇଲ୍ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲାର ବିଷ୍ଣୁ ପ୍ରିୟା ଗୌଡ଼ ୨୦୧୫ରୁ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ପ୍ରେମ ପରେ ଗତ ୪ମାସ ତଳେ ବିବାହ କରିଥିଲେ। ତେବେ ଗତ କିଛି ମାସ ଧରି ପରିବାର ଲୋକେ ହାଇଦରଙ୍କର ଅନ୍ୟ ଜାଗାରେ ବିବାହ କରିବାକୁ ଯୋଜନା କରୁଥିଲେ। ପୂର୍ବରୁ ଏନେଇ ବିଷ୍ଣୁ ପ୍ରିୟା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଏବେ ପୁଣି ଥିରେ ସ୍ୱାମୀଙ୍କ ବିବାହ ହେଉଥିବା ଖବର ଶୁଣି ଯାଇଥିବା ବେଳେ ଶ୍ୱଶୁର ଓ ଦେଢଶୂର ଆକ୍ରମଣ କରିଥିଲେ । ମୋବାଇଲ୍ ଭାଙ୍ଗିବା ସହିତ ୨ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ବୋହୂ ଅଭିଯୋଗ କରିଛନ୍ତି ।

Leave a Reply