ପାରାଦୀପ ତାରିଣୀଗଡ଼ାରେ ଅଘଟଣ । ଏକ ଚାରି ମହଲା ବିଲ୍ଡିଂରୁ ପଡ଼ି ମହିଳା ମୃତ । ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ବିଲ୍ଡିଂର ଅଧାରେ ଏକ ପାଇପରେ ଲାଗି ରହିଛି କପଡା । ଚାରି ମହଲା ବିଶିଷ୍ଟ କୋଠାଟି କାମ ଚାଲିଥିବା ବେଳେ ଗୋଟିଏ ଘରେ ୯ ଜଣ ଯୁବକ ରହୁଛନ୍ତି । ଛାତ ଉପରେ ମହିଳାଙ୍କ ଚପଲ, ମଶାବତୀ, ସିଗାରେଟ ଓ ଖଇନି ଜରି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ପାରଦୀପ ଆଦର୍ଶ ଥାନା ତଦନ୍ତ ଜାରି ରଖିଛି । ଘରେ ରହୁଥିବା ୯ ଜଣଙ୍କ ମଧ୍ୟରୁ ୭ ଯୁବକ ଅଟକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଦୁଇଜଣ ଗତକାଲିଠାରୁ ଘରେ ନଥିଲେ । ଘରେ ଲାଗିଥିବା ସିସିଟିଭି ହାର୍ଡିକ୍ସକୁ ମଧ୍ୟ ଜବତ କରିଛି ପୋଲିସ । ସାଇଣ୍ଟିଫିକ ଟିମ ଆସିଲେ ତ୍ବରାନ୍ବିତ ହେବ ତଦନ୍ତ ।

