ହସ୍ପିଟାଲ୍ ବାହାରେ କାରରେ ଚାଲିଗଲା ମହିଳାଙ୍କ ଜୀବନ, ବହୁ ଅନୁରୋଧ ପରେ ବି ମିଳିଲାନି ବେଡ୍

ନୋଏଡା: ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କୁ ନା ମିଳୁଛି ବେଡ୍ ନା ଅକ୍ସିଜେନ୍ । ଉତ୍ତର ପ୍ରଦେଶରେ ବେଡର ଅଭାବ ନଥିବା ଯୋଗୀ ଆଦିତ୍ୟନାଥ କହୁଥିବା ବେଳେ ରାଜ୍ୟର ହାଇପ୍ରୋଫାଇଲ୍ ସହରରେ ବହୁ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନୋଏଡାରେ।

ନୋଏଡା ସ୍ଥିତ ସରକାରୀ ଜିମ୍ସ ହସ୍ପିଟାଲର ପାର୍କିଂରେ ଥିବା ଏକ କାରରେ ଜଣେ ୩୫ ବର୍ଷୀୟ ଜାଗୃତି ଗୁପ୍ତା ପଡିପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ବେଡ୍ କିମ୍ବା ଅକ୍ସିଜେନ ଦିଆଯାଇନଥିଲା । ଜାଗୃତିଙ୍କ ସହ ଆସିଥିବା ସମ୍ପର୍କୀୟ ଗୁରୁବାର ସକାଳ ୧୨ଟା ୩୦ମି.ରେ ମେଡିକାଲରେ ପହଞ୍ଚି ଡାକ୍ତରଙ୍କୁ ଚିକିତ୍ସା ପାଇଁ ବାରମ୍ବାର ନିବେଦନ କରିଥିଲେ। ହେଲେ ପ୍ରାୟ ୩ଘଣ୍ଟାର ସଂଘର୍ଷ ପରେ ଛଟପଟ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ସେ ବୃତ୍ତିରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଗ୍ରେଟର ନୋଏଡାରେ କାର୍ଯ୍ୟ କରୁଥିଲେ ।

ଘଟଣା ସମ୍ପର୍କରେ ଜାଗୃତିଙ୍କ ଘର ମାଲିକ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିିଗୁଡୁ ଥିବାବେଳେ ସେ ବାରମ୍ବାର ମେଡିକାଲରେ କର୍ମଚାରୀ ମାନଙ୍କୁ ଚିକିତ୍ସା ପାଇଁ ଗୁହାରି କରିଥିଲେ । ହେଲେ କୗେଣସି ସୁଫଳ ମିଳିନଥିଲା । ପରେ ଦିନ ୩ଟା ୩୦ ବେଳକୁ ସେ ଅଚେତ୍ ହୋଇ ପଡିଥିଲେ । ଏନେଇ ସେ ପୁଣି ରିସେପସନକୁ ଯାଇ କହିବା ପରେ ମେଡିକାଲ୍ କର୍ମଚାରୀ ଆସି ତାଙ୍‌କୁ ଦେଖିଥିଲେ ଏବଂ ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Leave a Reply