spot_img

Latest Posts

ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍

ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ହେବା ପରେ ଠକକୁ ବାନ୍ଧିଲା ପୋଲିସ । ଉତ୍ତର ପ୍ରଦେଶରୁ ଠକ ଗୁଲିପାଗି ଚିରଞ୍ଜିବକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଓ ଗୋଟିଏ ଆଧାର କାର୍ଡ ଜବତ ହୋଇଛି ।

୬ ନଭେମ୍ବର ୨୦୨୫ରେ ଲିଙ୍ଗରାଜ ଗୌରୀ ନଗର ଅଞ୍ଚଳର ସୁରମା ମଞ୍ଜରୀ ବୋଇଧର ନାମକ ଜଣେ ମହିଳାଙ୍କ ପାଖକୁ ଅଜଣା ନମ୍ବରରୁ ଆସିଥିଲା କଲ । ନିଜକୁ ଟିଆରଏଆଇର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଅଭିଯୁକ୍ତ । ତାଙ୍କ ସିମ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ସୁରମା ମଞ୍ଜରୀ ବୋଇଧରଙ୍କୁ ଭୟଭୀତ କରିଥିଲା ସେ । ମୁମ୍ବାଇ କୋଲାବ ଥାନାକୁ କଲ ଟ୍ରାନ୍ସଫର ହେବ କହି ଆଉ ଏକ ଅଜଣା ନମ୍ବରରୁ ମହିଳାଙ୍କ ପାଖକୁ ଭିଡ଼ିଓ କଲ ଆସିଥିଲା ।

ଏହା ପରେ ସାଇବର ଠକ ଭିଡ଼ିଓ କଲରେ ଆରେଷ୍ଟ ୱାରେଣ୍ଟ ଭଳି ବିଭିନ୍ନ କାଗଜ ପତ୍ର ଦେଖାଇଥିଲା । ଏହି ମାମଲା ଇଡିକୁ ଟ୍ରାନ୍ସଫର ହେବ କହି ଠକ ମହିଳାଙ୍କୁ ଡରାଇ ଥିଲା । ଘରୁ ବାହାରକୁ ନ ଯିବା ସହ କାହାକୁ ଫୋନ ନ କରିବା ପାଇଁ ଧମକାଇଥିଲା । ଟଙ୍କା ଟ୍ରାନ୍ସଫର ପାଇଁ ଠକ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲା । ଟଙ୍କା ନ ଦେଲେ ଆରେଷ୍ଟ କରିବାକୁ ଭୟଭୀତ କରାଇ ଥିଲା । ଏଥିରେ ଡରି ଯାଇ ମହିଳା ଜଣକ ୩ଟି ଆକାଉଣ୍ଟକୁ ୩୦ ଲକ୍ଷ ଟଙ୍କା ପଠାଇଥିଲେ ।

Latest Posts

Don't Miss