ପ୍ରେମ ପାଇଁ ସ୍ବାମୀ ଓ ପରିବାରକୁ ଛାଡିଲେ ମହିଳା

କେନ୍ଦୁଝର: ପ୍ରେମ ପାଇଁ ସ୍ବାମୀ ଓ ପରିବାରକୁ ଛାଡିଲେ ମହିଳା । ପଞ୍ଚାୟତ ଆଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମହିଳା । କେନ୍ଦୁଝର ଆନନ୍ଦପୁର ଥାନା ଅକରୁଆ ଗାଁର ଏହି ଘଟଣା । ୭ ବର୍ଷ ତଳେ ଗାଁରେ ବିବାହ କରିଥିଲେ ସମ୍ପୃକ୍ତ ମହିଳା । ତାଙ୍କର ପାଞ୍ଚ ବର୍ଷର ପୁଅଟିଏ ମଧ୍ୟ ରହିଛି । ବିଦ୍ୟାଧରପୁର ଗାଁର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବା ଭୟ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଗତ ରବିବାର ମହିଳା ଜଣଙ୍କ ଘର ଭିତରେ ଯୁବକଙ୍କ ସହ ରହିଥିବା ବେଳେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ । ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା ।

ଯୁବକଙ୍କ ପରିବାର ଲୋକେ ଅକରୁଆ ଗାଁରେ ଅଟକ ରଖାଯାଇଥିବା ନେଇ ପୋଲିସକୁ ଜଣାଇଥିଲେ। ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ। ଏନେଇ ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା । ଶେଷରେ ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବା ନେଇ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ । ଏହାପରେ ଯୁବକ ଓ ମହିଳାଙ୍କୁ ଛାଡିଥିଲେ ଗ୍ରାମବାସୀ ।

ନଜର ପକାନ୍ତୁ