ରାସ୍ତା ଉପରେ ଲୋକଙ୍କ ମନ ମୋହୁଛନ୍ତି ୭୧ ବର୍ଷୀୟ ମହିଳା

ପୁନେ: ବ୍ୟସ୍ତ ବହୁଳ ଜୀବନରେ କିଏ ବା ନ ଚାହେଁ ଟିକେ ଜଲଦି ପଳାଇବାକୁ । ଏଥିପାଇଁ ଆମେ ଅନେକ ସମୟରେ ଗଳା ବାଟ ଖୋଜୁ । ଭିଡ଼ରୁ ବର୍ତ୍ତିବା ପାଇଁ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଫୁଟପାଥ ଉପରେ ଗାଡ଼ି ଚଲାଉ ତ ଆଉ କେବେ ରଙ୍ଗ ରୁଟରେ । ଯଦି ଆପଣଙ୍କ ଏମିତି କିଛି ଅଭ୍ୟାସ ଅଛି ତେବେ, ସୁଧୁରି ଯାଆନ୍ତୁ । କାରଣ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା ଜଗିଛନ୍ତି ଟ୍ରାଫିକ୍ ଆଣ୍ଟି ।ହଁ, ମହାରାଷ୍ଟ୍ରର ଅନ୍ୟତମ ବ୍ୟସ୍ତ ବହୁଳ ସହର ପୁନେର ସଡ଼କରେ ଏବେ ଏହି ୭୧ ବର୍ଷୀୟ ମହିଳାଙ୍କୁ ଦେଖିବାକୁ ମିଳୁଛି । ଆଉ ତାଙ୍କର ଏହି ନିଆରା ଅନ୍ଦାଜକୁ ସାମାଜିକ ଗଣମାଧ୍ୟମରେ ମିଳିଛି ଜବରଦସ୍ତ ସମର୍ଥନ । ଲୋକେ ତାଙ୍କୁ ଡାକୁଛନ୍ତି ଟ୍ରାଫିକ୍ ଆଣ୍ଟି ।ଏହି ୭୧ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି ନିର୍ମଳା ଗୋଖଲେ । ପୁନେର ଏସଏନଡିଟି କଲେଜ ରୋଡରେ ଟ୍ରାଫିକ୍ ଜାମ ଯୋଗୁଁ ଲୋକ ଫୁଟପାଥରେ ବାଇକ୍ ଚଳାଇଥାନ୍ତି । ଯାହାକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ନିର୍ମଳା । ତାଙ୍କ ଏହି ନିଆରା ଅନ୍ଦାଜକୁ ପୁନେ ଟ୍ରାଫିକ୍ ପୋଲିସ ବି ପ୍ରଂଶସା କରିଛି ।

Leave a Reply