ବୟଫ୍ରେଣ୍ଡ୍ ବିରୋଧରେ ସମୟ ନଷ୍ଟ ଅଭିଯୋଗରେ ଅଦାଲତକୁ ଗଲେ ଗର୍ଲଫ୍ରେଣ୍ଡ୍

ଆଫ୍ରିକା: ଆଠ ବର୍ଷ ପ୍ରେମ ସମ୍ପର୍କରେ ରହିବା ସତ୍ତ୍ୱେ ବିବାହ ନକରିବାରୁ ୨୬ ବର୍ଷିୟ ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ବିରୋଧରେ ଅଦାତଲରେ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ରହିଛି ଯେ, ଯୁବକ ଜଣଙ୍କ ତାଙ୍କ ସମୟ ନଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ କେବେବି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସିରିୟସ ନହେବାରୁ ସେ ଅଦାତଲରେ ଅଭିଯୋଗ କରିବାକୁ ବାଧ୍ୟ ହେଲେ । ଯୁବତୀ ଜଣଙ୍କ ଏହା ଜାଣିବାକୁ ଚାହିଁଛନ୍ତି ଯେ ଆଗମୀ ଦିନରେ ତାଙ୍କ ଭବିଷ୍ୟତ କଣ ହେବ ?

ଏହି ୨୬ ବର୍ଷିୟ ଯୁବତୀଙ୍କ ନାମ ନଗମା ଅଟେ ଏବଂ ଏହି ଘଟଣା ଆଫ୍ରିକା ଦେଶର ଜାମ୍ବିଆ ସହରରେ ଦେଖିବାକୁ ମିଳିଛି । ବୟଫ୍ରେଣ୍ଡ ହର୍ବର୍ଟ ସଲାଲିକୀଙ୍କ ବର୍ୟସ ୨୮ ବର୍ଷ ଅଟେ । ନଗମାଙ୍କ କହିବା ଅନୁଯାୟୀ, ବୟଫ୍ରେଣ୍ଡଙ୍କ ସହ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି ଏବଂ ବୟଫ୍ରେଣ୍ଡ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ବୟଫ୍ରେଣ୍ଡଙ୍କ କହିବା ଅନୁଯାୟୀ, ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । କିନ୍ତୁ ନଗମାଙ୍କ କହିବା କଥା ଯେ, ସ୍ଥାନୀୟ ପରମ୍ପରା ଅନୁଯାୟୀ ବୟଫ୍ରେଣ୍ଡ ତାଙ୍କ ଘର ଲୋକଙ୍କୁ ପ୍ରଥମରୁ ଯୌତୁକ ଟଙ୍କା ଦେଇସାରିଛି । ଯୁବତୀ ଜଣଙ୍କ କୋର୍ଟରେ କହିଛନ୍ତି ଯେ, ସେ ବିବାହ ପାଇଁ ଅପେକ୍ଷା କରି ଥକି ସାରିଛନ୍ତି । ବୟଫ୍ରେଣ୍ଡଙ୍କ ହାବଭାବ ଉପରେ ତାଙ୍କର ସନ୍ଦେହ ରହିଛି । ସଲାଲିକୀଙ୍କର ଆଉ ଏକ ମହିଳାଙ୍କ ସହ ସଂପର୍କ ଥିବା ଯୁବତୀ ଜଣଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି ।

Leave a Reply