ଝିଅ ଘରକୁ ଆସିଥିଲା ମାଆ, ଉତ୍‌କ୍ଷିପ୍ତ ହୋଇ ହାଣିଦେଲା ଦିଅର

ବଣାଇ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଏକ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଟିକରାପୋଷ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଝିଅ ଜ୍ୱାଇଁଙ୍କ ଘରକୁ ବୁଲିବାକୁ ଆସିଥିଲେ ଚିକଟନଳୀ ଗାଁର ମହିଳା ବନ୍ଦିନୀ ଓରାମ୍ । କିନ୍ତୁ ସେଠାରେ ସେ ଜ୍ୱାଇଁ ଦଶରଥ ଓରାମ୍‌ଙ୍କ ସାନ ଭାଇର ଟାଙ୍ଗିଆ ଚୋଟର ଶିକାର ହୋଇଛନ୍ତି  । ସାନ ଭାଇ ରତିକାନ୍ତ ଓରାମ୍ ପୂର୍ବରୁ ବଡ଼ଭାଇର ଶାଶୁ ବନ୍ଦିନୀ କୁ ଗୁଣି କରୁଥିବା ଦର୍ଶାଇ ତାଙ୍କ ଘରକୁ ନ ଆସିବା ପାଇଁ କହିଥିଲା  ।

କିନ୍ତୁ ଗତକାଲି ରାତିରେ ଶାଶୁ ବନ୍ଦିନୀଙ୍କୁ ତାଙ୍କ ଘରେ ଦେଖି ହଠାତ୍ ରାଗିଯାଇ ଏକ ଟାଙ୍ଗୀଆରେ ଚୋଟ ପକାଇଥିଲା ରତିକାନ୍ତ । ଘଟଣାସ୍ଥଳରେ ବନ୍ଦିନୀର ମୃତ୍ୟୁ ଘଟିଥିବା ବେଳେ ପାଖରେ ଥିବା ଏକ ଶିଶୁ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅଭିଯୁକ ଏପର୍ଯ୍ୟନ୍ତ ଫେରାର ରହିଛି ।

Leave a Reply