spot_img

Latest Posts

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ ; ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି କରିବାକୁ ହେଲେ ସହମତି ନିଆଯିବା ବାଧ୍ୟତାମୂଳକ

ନନ୍ଦିଘୋଷ ବ୍ୟୁରୋ : ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ ୪ ନୂଆ ଶ୍ରମ ଆଇନ ଯଥା କୋଡ୍‌ ଅଫ୍‌ ଓ୍ବେଜସ୍‌ (୨୦୧୯), ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କୋଡ୍‌ (୨୦୨୦), କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି(୨୦୨୦) ଏବଂ ଅକ୍ୟୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବର୍କିଂ କଣ୍ଡିଶନ୍ସ କୋଡ୍‌ (୨୦୨୦) ଶୁକ୍ରବାର କାର୍ଯ୍ୟକାରୀ ହୋଇଛି।

ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି କରିବାକୁ ହେଲେ ସେମାନଙ୍କ ସହମତି ନିଆଯିବା ବାଧ୍ୟତାମୂଳକ। ରାତିବେଳେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରୁଥିବା କମ୍ପାନୀ ସୁରକ୍ଷା, ଓଭରଟାଇମ ପାଇଁ ଦୁଇଗୁଣ ପାରିଶ୍ରମିକ ଦେବେ। ନିୟୋଜିତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବାକୁ ପଡ଼ିବ। ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ଶ୍ରମ ଆଇନ କୋଡ। ସେଗୁଡ଼ିକ ହେଲା ଦ କୋଡ ଅନ ୱେଜେସ ୨୦୧୯, ଦ ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ ୨୦୨୦, ଦ କୋଡ ଅନ ସୋସିଆଲ ସିକ୍ଯୁରିଟି ୨୦୨୦ ଓ ଦ ଅକୁପେସନାଲ ସେଫଟି, ହେଲ୍ଥ ଆଣ୍ଡ ଓ୍ବାର୍କିଂ କଣ୍ଡିସନସ କୋଡ ୨୦୨୦। ପ୍ରଚଳିତ ପୁରୁଣା ୨୯ଟି ଶ୍ରମ ଆଇନରେ ସଂଶୋଧିତ କରି ସରଳୀକରଣ କରାଯାଇଛି। ଯେଉଁଥିରେ ଶ୍ରମଜୀବୀ, କର୍ମଚାରୀଙ୍କ କଲ୍ଯାଣ ଉପରେ ଗୁରୁତ୍ବ ଦିଆଯାଇଛି। ନୂଆ ବ୍ଯବସ୍ଥା ଅନୁଯାୟୀ ପ୍ଲାଟଫର୍ମରେ କାମ କରୁଥିବା ଶ୍ରମିକଙ୍କୁ ବି ସାମାଜିକ ସୁରକ୍ଷା ଅନ୍ତର୍ଗତ ସବୁ ସୁବିଧା ନିଯୁକ୍ତିଦାତା ଯୋଗାଇଦେବେ। ସର୍ବନିମ୍ନ ମଜୁରୀ ଠାରୁ କମରେ କାହାରିକୁ ନିୟୋଜିତ କରାଯିବନି। ୪୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ବାର୍ଷିକ ସ୍ବାସ୍ଥ୍ଯ ପରୀକ୍ଷା କରାଇବେ ନିଯୁକ୍ତିଦାତା। ପୁରୁଷ ଓ ମହିଳା କର୍ମଚାରୀଙ୍କ ଭିତରେ ଦରମାରେ ତାରତମ୍ଯ ରହିବ ନାହିଁ। ୧୦ କିମ୍ବା ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥା କର୍ମଚାରୀଙ୍କୁ ଇଏସଆଇସି ଅନ୍ତର୍ଭୁକ୍ତ କରିପାରିବେ। ବିପଦପୂର୍ଣ୍ଣ ଉତ୍ପାଦ ଶିଳ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବି ଇଏସଆଇସି କରିବା ଅନିବାର୍ଯ୍ଯ। ସେହିପରି ଏଣିକି ୫ ବର୍ଷ ନୁହେଁ, ଜଣେ କର୍ମଚାରୀ ବର୍ଷେ କାମ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଗ୍ରାଚ୍ୟୁଇଟି ଦେବାକୁ ବାଧ୍ୟ ବୋଲି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଜଣାଇଛନ୍ତି।

Latest Posts

Don't Miss