ଏସପି ଅଫିସ ଆଗରେ ମହିଳାଙ୍କ ଧାରଣା : ପୋଲିସ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ : ଏସପି ଅଫିସ ସମୁଖରେ ମହିଳାଙ୍କ ଧାରଣା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପେଗରପଡା ଗାଁର ଝରଣା ମଲ୍ଲିକ ଓ ମଲି ମଲ୍ଲିକ ନ୍ୟାୟ ଦାବିରେ ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି l ମଲି ପେଗରପଡା ବଜାରରେ ଥିବା ନିଜର ଏକ କାଠ କେବିନକୁ ଭଡା ସୂତ୍ରରେ ଝରଣାଙ୍କୁ ଦେଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ଜଣେ ଯୁବକ ଝରଣାଙ୍କ କେବିନ ଭାଙ୍ଗି ସମସ୍ତ ଜିନିଷପତ୍ର ଲୁଟି ନେବା ସହିତ ତାଙ୍କୁ ଆକ୍ରମଣ କରିଥିବା ଝରଣା ରାଜକନିକା ଥାନାରେ ଅଭିଯୋଗ କରିଥିଲେ l କେବଳ ସେତିକି ନୁହଁ ଝରଣାଙ୍କୁ ଅଭିଯୁକ୍ତ ସୁମନ୍ତ ମଲ୍ଲିକ ଓ ତାଙ୍କ ବାପା ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି l ତେବେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଆପଣେଇବା ସହିତ ଅଭିଯୋଗକାରୀଙ୍କୁ ଓଲଟା ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ଅଭିଯୋଗ ହୋଇଛି l ଏହି ଅଭିଯୋଗରେ ଆଜି ଉଭୟ ଝରଣା ଓ ମଲି ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି l

ନଜର ପକାନ୍ତୁ