ରାଜନୀତିକୁ ଏବେ ଆସିବିନି, କାହିଁକି ଏମିତି କହିଲେ ରଜନୀକାନ୍ତ ?

1 min read
Superstar Rajinikanth Discharged From Apollo Hospital Hyderabad

ଚେନ୍ନାଇ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା’ ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ଯେ, ସେ ବର୍ତ୍ତମାନ ପାଇଁ ରାଜନୀତିକୁ ଆସିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳ ତିଆରି କରିବାକୁ ଯାଉନାହିଁ ।

ରଜନୀକାନ୍ତଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଗତ କିଛି ଦିନ ଧରି ମୋର ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ । ଏହାକୁ ମୁଁ ଭଗବାନଙ୍କ ଇଛା ବୋଲି ମନେ କରି ରାଜନୈତିକ ଦଳ ଆରମ୍ଭ ନକରିବାକୁ ନିଷ୍ପତ୍ତି ନେଉଛି । ସେ କହିଛନ୍ତି ଯେ, ମୁଁ ଏହା ଚାହୁଁନାହିଁ ଯେ, ଲୋକ ମୋତେ ବଳି ବୋଦା ବନା ଯାଇଥିବା ଭାବନ୍ତୁ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ଦିନ ସେ ନିଜ ରାଜନୈତିକ ଦଳ ପ୍ରତିଷ୍ଠା ବାବଦରେ ଘୋଷଣା କରିବେ ବୋଲି ଆଗରୁ କହିଥିଲେ । ଏହି ଘୋଷଣା ପରେ ତାମିଲନାଡୁରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଥିଲା । ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କାଳରେ ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ରଜନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୨୧ରେ ହେବାକୁ ଥିବା ନିର୍ବାଚନରେ ରଜନୀକାନ୍ତ ବିଜେପି ଓ ଏଆଇଏଡିଏମକେ ସହିତ ମେଣ୍ଟ କରିବା ସମ୍ଭାବନା ଥିଲା । ରଜନୀଙ୍କ ରାଜ୍ୟବ୍ୟାପି ଥିବା ଫ୍ୟାନ୍ କ୍ଲବ ଗୁଡିକ ମଧ୍ୟ ତାଙ୍କ ରାଜନୀତି ପ୍ରବେଶକୁ ନେଇ ସକ୍ରୀୟ ହୋଇଯାଇଥିଲେ ।

Leave a Reply