ନଭେମ୍ବର ୫ରୁ କଟକର ଐତିହାସିକ ବାଲିଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ନଭେମ୍ବର ୫ରୁ କଟକର ଐତିହାସିକ ବାଲିଯାତ୍ରା । ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ଥର କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା । ତଳ ପଡ଼ିଆର ୬୦ ଏକର ଜାଗାରେ ବାଲିଯାତ୍ରା ହେବ । ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ । ଉପର ପଡିଆରେ ଗାଡି ପାର୍କିଂ ହେବ । ଅନଲାଇନ ମାଧ୍ୟମରେ ପ୍ଲଟ ବୁକିଂ କରାଯିବ।